
ମହାକାଳପଡା: କରୋନା ଯୋଗୁଁ ଲୋକମାନଙ୍କ ଜୀବନଜୀବିକା କିପରି ବଦଳି ଯାଇଛି ତାହାର ଅନ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଗଡ ପଞ୍ଚାୟତ ଗୟାସପୁର ଗ୍ରାମର ଜୟନ୍ତ ରାଉତଙ୍କ କ୍ଷେତ୍ରରେ। ଜୟନ୍ତ ଗଲା ୧୫ ବର୍ଷ ହେବ ଗୁଜୁରାଟ ସୁରତ ସହରର ଏକ ବୟନ ଶିଳ୍ପରେ କାର୍ଯ୍ୟ କରି ଆସୁଥିଲେ। ନିଜର ଅନୁଭୂତିକୁ ଆଧାର କରି ସେ ଜଣେ ଦକ୍ଷ କପଡା କାରିଗର ଭାବେ ମାସିକ ୨୦ ହଜାର ଟଙ୍କା ରୋଜଗାର କରୁଥିଲେ। ପରିବାର କହିଲେ ବାପା, ମା’, ପତ୍ନୀ, ଝିଅ ଓ ସାନ ଭାଇ। ସୁରତରେ ଯାହା କିଛି ରୋଜଗାର କରୁଥିଲେ ସେଥିରେ ପରିବାର ହସ ଖୁସିରେ ଚଳି ଯାଉଥିଲା। କରୋନା ଯୋଗୁଁ ସାରା ଦେଶରେ ଲକଡାଉନ୍ ହେବା ପରେ ସେ କାର୍ଯ୍ୟ କରୁଥିବା କାରଖାନା ବନ୍ଦ ହୋଇ ଯାଇଥିଲା। ବାଧ୍ୟ ହୋଇ ଜୁନରେ ଗାଁକୁ ଫେରିଥିଲେ।
ପ୍ରାୟ ୭ ମାସ ଧରି ଘରେ ବସିରହିଲେ। ରୋଜଗାର ସହ ପରିବାର ଚଳାଇବା ଚିନ୍ତା ତାଙ୍କୁ ମାନସିକ ଚାପରେ ବୁଡ଼ାଇ ରଖିଲା। ଶେଷରେ ସେ ନିଜ ଗ୍ରାମର ଅନ୍ୟ ଜଣଙ୍କ ଫର୍ଣ୍ଣିଚର ଦୋକାନରେ କାଠ ମିସ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ମନସ୍ଥ କରି ଏବେ କାର୍ଯ୍ୟ କରୁଛନ୍ତି। ନୂଆ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡୁଥିବା ବେଳେ ମାସକୁ ୭/୮ ହଜାର ଟଙ୍କା ରୋଜଗାର କରୁଛନ୍ତି। ତଥାପି ସେ ଏଥିରେ ଭାଙ୍ଗି ନ ପଡି ପରିବାର ଚଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି ବୋଲି ଜୟନ୍ତ ପ୍ରକାଶ କରିଛନ୍ତି।
The post କରୋନା କାହାଣୀ; ବୟନ ଶିଳ୍ପୀରୁ କାଠ ମିସ୍ତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/3nOW4RE
0 Comments