ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ସମୟ ସାରଣୀ ପ୍ରକଶ ପାଇଛି। ଏହି ସେକ୍ଟର୍‌ରେ ବୋଇଂ ୭୩୭ ଚଳାଚଳ କରିବ ବୋଲି ସ୍ପାଇସ୍‌ ଜେଟ୍‌ ସୂତ୍ରରୁ ଜଣାଯାଇଛି। ଏହି ସେବା ସପ୍ତାହରେ ୪ ଦିନ ଉପଲବ୍ଧ ହେବ। ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ଏହି ରୁଟ୍‌ରେ ବିମାନ ଉଡ଼ାଣ କରିବ।

The post ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡ଼ା- ବେଙ୍ଗାଲୁରୁ ବିମାନସେବା ୧୨ରୁ first appeared on Sambad.



from ଜିଲ୍ଲା – Sambad https://ift.tt/3pHtJOE