ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅଠାନ୍ତର ପଞ୍ଚାୟତ ଅଠାନ୍ତର ଭୋଇସାହି ଗ୍ରାମର ନୀଳକଣ୍ଠ ଭୋଇଙ୍କ ଘରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି | ଟ୍ରଙ୍କରେ ଥିବା ନଗଦ ୨୦ ହଜାର ଟଙ୍କା ଜଳି ପାଉଁଶ ହୋଇଯାଇଛି। ବାଲିପାଟଣା ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି |

ସୂଚନା ଅନୁସାରେ, ଅଠାନ୍ତର ଗ୍ରାମର ନୀଳକଣ୍ଠ ଜଣେ ଚାଷୀ | ତାଙ୍କ ପୁଅ କୃଷ୍ଣ ଚନ୍ଦ୍ର ରାଜ ମିସ୍ତ୍ରୀ କାମ କରନ୍ତି | ଆଜି ଦିନ ୧୧ ଟା ସମୟରେ ହଠାତ ବିଦ୍ୟୁତ ସଟସର୍କିଟ ଯୋଗୁଁ ଛାତଘରେ ନିଆଁ ଲାଗି ଯାଇଥିଲା | ନିଆଁ ବ୍ୟାପିବାର ଦେଖି ପରିବାର ଲୋକେ ଭୟରେ ପଦାକୁ ଚାଲି ଆସିଥିଲେ | କ୍ଷଣିକ ମଧ୍ୟରେ ଘର ଭିତରେ ନିଆଁ ବ୍ୟାପି ଯାଇଥିଲା। କିଛିଦିନ ତଳେ ନୀଳକଣ୍ଠ ଧାନ ବିକ୍ରିକରି ରଖିଥିବା ୨୦ ହଜାର ଟଙ୍କା ଜଳି ପାଉଁଶ ହୋଇଯାଇଛି | ସେ ଋଣ ପରିଶୋଧ ପାଇଁ ଉକ୍ତ ଟଙ୍କା ସାଇତି ରଖିଥିଲେ ବୋଲି ଜଣାପଡିଛି | ଏହା ବାଦ ଅଢେଇ ହଜାରରୁ ଅଧିକ ନଗଦ ଟଙ୍କା , ଟିଭି, ୩ ଟି ଫ୍ୟାନ, ଘଣ୍ଟା, ଟେବୁଲ, ପ୍ୟାଣ୍ଟସାର୍ଟ, ଲୁଗା , ପଢା ବହି, ଖାତା , ଆଧାର କାର୍ଡ , ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଅଗ୍ନିକାଣ୍ଡରେ ଜଳି ଯାଇଛି | ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବଳକୁ ବହୁ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଘଟଣା ପରେ ଉକ୍ତ ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

The post ଅଗ୍ନିକାଣ୍ଡରେ ଜଳିଗଲା ୨୦ ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା  first appeared on Sambad.



from ଜିଲ୍ଲା – Sambad https://ift.tt/36niEeo