
ପଦ୍ମପୁର : ଜିଲ୍ଲାରେ ଧାନ ବିକ୍ରି ବିଭ୍ରାଟ ଚରମସୀମାରେ ପହଞ୍ଚିଛି। ଚାଷୀଙ୍କୁ କେବେ ଟୋକନ୍ ମିଳିବ ଏବଂ କେବେ ଧାନ ଉଠିବ, ଏହାର ଜବାବ କାହାରି ପାଖରେ ନାହିଁ। ଫଳସ୍ବରୂପ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବାକୁ ବାଧ୍ୟ ହେବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଲଖମରା ମଣ୍ତି ଅଂଚଳରେ। ଜଣେ ଚାଷୀ ଚମାରୁ ଡନସେନା ସର୍ବସମ୍ମୁଖରେ ନିଜର ଧାନ ପୋଡ଼ିଦେବା ସହ ପ୍ରାଶାସନିକ ଅଧିକାରୀମାନଙ୍କ ଗାଡ଼ି ସମ୍ମୁଖରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରେ ଉପସ୍ଥିତ ଚାଷୀ ଓ ପ୍ରାଶାସନିକ ଅଧିକାରୀମାନେ ଉଠାଇ ନେଇଥିଲେ। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ରବିବାର ଲଖମରା ମଣ୍ଡିକୁ ପାଇକମାଳ ତହସିଲଦାର, ଯୋଗାଣ ଓ କୃଷି ବିଭାଗର ଅଧିକାରୀମାନେ ତଦାରଖ ପାଇଁ ଆସିଥିଲେ। ଗତ ୩ ମାସ ହେବ ମଣ୍ତିରେ ଧାନ ଗଦା ହୋଇଥିବାରୁ ମାନସିକ, ଆର୍ଥିକ ଅନଟନରେ ଭାରସାମ୍ୟ ହରାଇ ଚାଷୀ ଏଭଳି ଘଟଣା ଘଟାଇବାକୁ ବାଧ୍ୟ ହୋଇଥିଲେ।
The post ପଦ୍ମପୁର : ଚାଷୀ ଜାଳିଲେ ଧାନ, ପ୍ରଶାସନର ଗାଡ଼ି ସମ୍ମୁଖରେ ଶୋଇଲେ first appeared on Sambad.
from ଜିଲ୍ଲା – Sambad https://ift.tt/3alOFWq
0 Comments