
ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଳକ୍ ସଦର ମହକୁମାଠାରେ ଚାଷୀମାନେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଘଟଣା ଅନୁସାରେ ଗତ ଡିସେମ୍ବର ୧୯ ତାରିଖରୁ ଧାନମଣ୍ଡିରେ ଚାଷୀଙ୍କ ଧାନ କିଣା ବନ୍ଦ ହୋଇଥିବା ଯୋଗୁଁ ଆଜି ଶହଶହ ଚାଷୀ ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ମାଲକାନଗିରି ପୁଲିସଙ୍କ ସହ ଏସ୍ ଡିପିଓ ଆସିଛନ୍ତି। କୋରକୋଣ୍ଡା ବିଡିଓ ବୁଝାଇଥିଲେ ମଧ୍ୟ ଚାଷୀ ମାନେ ତାଙ୍କ କଥାରେ ରାଜି ହୋଇନାହାନ୍ତି।
The post କୋରକୋଣ୍ଡା ବ୍ଳକ୍ ସଦର ମହକୁମାଠାରେ ମୁଖ୍ୟ ରାସ୍ତା ଅବରୋଧ କଲେ ଚାଷୀ first appeared on Sambad.
from ଜିଲ୍ଲା – Sambad https://ift.tt/3pGr1cw
0 Comments