
କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍) ପରୀକ୍ଷା ମେ ୩ତାରିଖରୁ ଆରମ୍ଭ ହୋଇ ମେ୧୫ରେ ଶେଷ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୨ ତାରିଖରେ ଶେଷ ହେବାକୁ ଥିବାବେଳେ ମଧ୍ୟମା(ସଂସ୍କୃତ ଟୋଲ୍) ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ମେ୧୨ରେ ଶେଷ ହେବ। କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ଶୈଳୀରେ ବହୁ ପରିବର୍ତ୍ତନ କରାଯାଇଛି। ପ୍ରତି ବିଷୟରେ ମୋଟ ୮୦ ନମ୍ବର ପରୀକ୍ଷା ହେବାକୁ ଥିବାବେଳେ ଏଥିରୁ ୫୦ ନମ୍ବର ଅବ୍ଜେକ୍ଟିଭ୍ ପ୍ରଶ୍ନ ଓ ଅବଶିଷ୍ଟ ୩୦ ନମ୍ବର ଅବ୍ଜେକ୍ଟିଭ୍ ପ୍ରଶ୍ନ ପଡ଼ିବ। ଅବ୍ଜେକ୍ଟିଭ୍ ପ୍ରଶ୍ନର ଉତ୍ତରକୁ ଓଏମ୍ଆର୍ ଫର୍ଦ୍ଦରେ ଓ ସବ୍ଜେକ୍ଟିଭ୍ ପ୍ରଶ୍ନର ଉତ୍ତରକୁ ଲିଖିତ ଆକାରରେ ଦେବାକୁ ପଡ଼ିବ। ପରୀକ୍ଷା ସମୟ ୨ଘଣ୍ଟା ରହିଥିବା ବେଳେ ମେ ମାସ ଗ୍ରୀଷ୍ମ ଋତୁ ପାଇଁ ପରୀକ୍ଷା ସକାଳ ୭ଟାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପୂର୍ବବର୍ଷ ଭଳି ପରୀକ୍ଷା କେନ୍ଦ୍ରରେ ମଧ୍ୟ ପରିବର୍ତ୍ତନ କରାଯାଇ ନାହିଁ। ପରୀକ୍ଷାର୍ଥୀମାନେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବେ ଓ ଅନ୍ୟ ବିଦ୍ୟାଳୟର ଶିକ୍ଷକଶିକ୍ଷିକାମାନେ ପରୀକ୍ଷା ପରିଚାଳନା ଦାୟିତ୍ବରେ ରହିବେ।
ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ଫର୍ମପୂରଣ ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇଛି। ଏହାର ଶେଷ ତାରିଖ ଫେବ୍ରୁଆରି ୨ତାରିଖ ରହିଥିବା ବେଳେ ପିଲାଙ୍କ ସୁବିଧା ପାଇଁ ଫର୍ମପୂରଣ ସମୟସୀମାକୁ ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେବ୍ରୁଆରି ୧୦ତାରିଖ ପରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜଣାପଡ଼ିବା ପରେ ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ପାଇଁ ନୋଡାଲ ସେଣ୍ଟର, ପରୀକ୍ଷାର କାର୍ଯ୍ୟସୂଚୀ ଆଦି ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।
The post ମେ ୩ରୁ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା first appeared on Sambad.
from ଜିଲ୍ଲା – Sambad https://ift.tt/2LoA9DD
0 Comments