
ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ବୋଡେ଼ନ ବ୍ଲକ ନାଗପଡ଼ା ପଞ୍ଚାୟତ ଅନ୍ତର୍ଗତ ଝରଣାମାଲ ଗ୍ରାମରେ ବଣ ପାହାଡ଼ ଘେରା ସବୁଜିମାରେ ଝଲସି ଉଠିଥିବା ଅନ୍ୟ ଏକ ତୀର୍ଥ ସ୍ଥଳୀ ହେଉଛି ଉପକାଗଙ୍ଗ। ଏହି ତୀର୍ଥସ୍ଥଳୀକୁ ଯିବାକୁ ହେଲେ ବୋଡେ଼ନ ମହକୁମା ଠାରୁ ୨୦ କିଲୋମିଟର, କୋମନା ବ୍ଲକ ଠାରୁ ୨୫ କିଲୋମିଟର ପଶ୍ଚିମ ଦିଗକୁ ପଡ଼ିଥାଏ। ଆଜକୁ ପ୍ରାୟ ୩୦ ବର୍ଷ ହେବ ଦେବ ଦେବ ମହାଦେବ ଓ ପ୍ରଭୁ ଜଗତର ନାଥ ଜଗନ୍ନାଥ ପୂଜା ପାଉଛନ୍ତି। କିନ୍ତୁ ଭଗବାନଙ୍କ ଭଲ ମନ୍ଦିରଟିଏ ମଧ୍ୟ ଦେଖିବାକୁ ମିଳିନାହିଁ। ବିଜୁଳିର ସୁବିଧା ନା ବସିବାର ସୁବିଧା ମଧ୍ୟ ନାହିଁ। ଲୋକମାନେ ଭଗବାନଙ୍କୁ ଦର୍ଶନ କରିବାକୁ ଗଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।

ଏହି ତୀର୍ଥସ୍ଥଳୀକୁ ଆଇ.ଏଫ.ଆଇ.ସି ସାଇ ନାମକ ଏକ ଏନଜିଓ ସହଯୋଗର ହାତ ବଢ଼େଇ ଗତ ୨୦୨୦ ବର୍ଷରେ ୪,୨୨,୦୦ ଟଙ୍କା ବିନିମୟରେ ଜଳ ଅମଳ ପ୍ରକଳ୍ପ ଓ ନୂତନ ଭାବେ କଂକ୍ରିଟକରଣ କରିଥିଲେ ଏବଂ ବିଭିନ୍ନ ପ୍ରକାର ଫୁଲ ଫଳ ଗଛ ଲଗାଇ ଉପକାଗଙ୍ଗର ସୌନ୍ଦର୍ଯ୍ୟକରଣ କରୁଛନ୍ତି। ଏହି ତୀର୍ଥସ୍ଥଳୀକୁ ଜିଲ୍ଲାରେ ପଞ୍ଜିକୃତ, ଭଲ ମନ୍ଦିର ପାଇଁ ବ୍ୟୟ ପ୍ରଦାନ ଓ ବିଦ୍ୟୁତକରଣ କରାଯାଉ ଏବଂ ନାଗପଡ଼ାଠାରୁ ଉପକାଗଙ୍ଗା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବେ ବୋଲି ଏହି ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।
The post ନୂଆପଡ଼ା ଜିଲ୍ଲାର ଉପକାଗଙ୍ଗାକୁ ପର୍ଯ୍ୟଟନସ୍ଥଳ ଘୋଷଣା କରାଯିବାକୁ ଦାବି first appeared on Sambad.
from ଜିଲ୍ଲା – Sambad https://ift.tt/2NrVZqn
0 Comments