କଟକ : ଫେବ୍ରୁଆରି ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶିନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୨୯ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ମାସର କାର୍ଯ୍ୟଦିବସ ଥିବା ସମସ୍ତ ଶନିବାର ଦିନ ରାଜ୍ୟର ସମସ୍ତ ସବ୍‌ଅର୍ଡିନେଟ୍ କୋର୍ଟ (ନିମ୍ନ ଅଦାଲତ), ଟ୍ରିବୁନାଲ ଓ ଏ ସଂପର୍କିତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

The post ଫେବ୍ରୁଆରି ମାସରେ ସବୁ ଶନିବାର ଅଦାଲତ ବନ୍ଦ ରହିବ first appeared on Sambad.



from ଜିଲ୍ଲା – Sambad https://ift.tt/2MUCp61