ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ବିଜ୍ଞାନ ଛାତ୍ର ଖଗେନ୍ଦ୍ର ରଣା ସିଂଗାପୁର ଯିବା ପାଇଁ ମନୋନୀତ ହୋଇଛନ୍ତି। ଏନ୍‌ସିସି ଅତିରିକ୍ତ ଡିଜିଙ୍କ ଦ୍ଵାରା ଓଡ଼ିଶାର ୮ ଜଣ ଛାତ୍ର ୟୁଥ୍‌ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ସିଂଗାପୁର ଯିବା ପାଇଁ ମନୋନୀତ ହେବା ନେଇ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ଏନ୍‌ସିସି ଅଫିସର ଡ. ଜୟଦେବ ସାହୁ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବର୍ତ୍ତମାନର ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଏନ୍‌ସିସି କ୍ୟାଡେଟ ଭାବରେ ଇଂଲଣ୍ଡ ଯାଇଥିଲେ। ଦୀର୍ଘ ବର୍ଷ ପରେ ଛାତ୍ର ଖଗେନ୍ଦ୍ର ରଣାଙ୍କୁ ଏହି ସୁଯୋଗ ମିଳିଥିବା ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

The post ଏନ୍‌ସିସି କ୍ୟାଡେଟ ଓଡ଼ିଆ ପୁଅ ଖଗେନ୍ଦ୍ର ରଣା ବିଦେଶ ଯିବାକୁ ମନୋନୀତ first appeared on Sambad.



from ଜିଲ୍ଲା – Sambad https://ift.tt/37SDaE7