
ପଟ୍ଟାମୁଣ୍ତାଇ: ବିବାହ ଭୋଜି ଖାଇ ପଟ୍ଟାମୁଣ୍ତାଇ ବ୍ଲକ୍ ନିମପୁର ଗ୍ରାମର ୩୦ ଜଣ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ କେନ୍ଦ୍ରାପଡା ମେଡିକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟମାନଙ୍କୁ ପଟ୍ଟାମୁଣ୍ତାଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ସୂଚନା ଅନୁସାରେ, ଗତକାଲି ରାତିରେ ନିମପୁର ଗ୍ରାମର ଜଣେ ଯୁବକଙ୍କ ବିବାହରେ ପ୍ରାୟ ୭୦ ଜଣ ବରଯାତ୍ରୀ ଭାବେ ରାଜନଗର କେରଡ଼ାଗଡ଼ ଯାଇଥିଲେ। ସେଠାରେ ଭୋଜି ଖାଇ ଫେରିଥିଲେ। ଆଜି ସକାଳେ ସମସ୍ତଙ୍କ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା।
ମାଟିଆ ଗ୍ରାମର ଶଙ୍ଖଦତ୍ତ ମଳିକ କେନ୍ଦ୍ରାପଡା ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ରମେଶ ମଳିକ, ଉତ୍ତମ ମଳିକ, ଅକ୍ଷୟ ମଳିକ, ଅନଦା ମଳିକ, ଜୟଶ୍ରୀ ମଳିକ, ଗଣେଶ ମଳିକ, ଅନୀଲ ମଳିକ, ପଦ୍ମଲୋଚନ ମଳିକ, ରିଙ୍କି ମଳିକ, ତ୍ରିଲୋଚନ ମଳିକ ପ୍ରମୁଖ ପଟ୍ଟାମୁଣ୍ତାଇ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ଘଟିଥିବା ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡ଼ା କହିଛନ୍ତି। ଏହାଛଡ଼ା ଏକ ମେଡିକାଲ ଟିମ୍ ନିମପୁର ଗାଁରେ ପହଞ୍ଚି ରୋଗୀଙ୍କ ଚିକିତ୍ସା କରିଥିବା ସୂଚନା ମିଳିଛି।
The post ବିବାହ ଭୋଜି ଖାଇ ୩୦ ଅସୁସ୍ଥ first appeared on Sambad.
from ଜିଲ୍ଲା – Sambad https://ift.tt/3s9taOC
0 Comments