
ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ରୀତିମତ ଗଞ୍ଜେଇ ଚୋରାଚାଲାଣ ଓ ଏହା ପଛରେ ପୁଲିସ କର୍ମଚାରୀଙ୍କ ସହଯୋଗ ଖବର ନୂଆ ନୁହେଁ। ଫୁଲବାଣୀ ସଦର ପୁଲିସ ଆଜି ଏମିତି ଏକବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ଭଣ୍ଡୁର କରିଛି। ଏହି ଗଞ୍ଜେଇ ଚୋରାଚାଲାଣରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଅଛନ୍ତି। ସେ ଗଞ୍ଜେଇ ଭର୍ତ୍ତି ଗାଡିକୁ ରାସ୍ତାରେ ଏସ୍କର୍ଟ ଦେଇ ନେଉଥିବାବେଳେ ଧରାପଡ଼ିଛନ୍ତି। ଗିରଫ ପୁଲିସ କନ୍ଷ୍ଟେବଳ ଜଣକ ହେଲେ ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ବିଶ୍ବମ୍ବର ବେହେରା (୪୫)। ଏହି ଘଟଣାରେ ସମ୍ପୃକ୍ତ କାର୍ ଡ୍ରାଇଭର ତାପସ ଦିଗାଲ (୨୫)ଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସେମାନଙ୍କ ଠାରୁ ୮୦ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ ଏଥିରେ ବ୍ୟବହୃତ କାର୍ ଓ ବାଇକ୍କୁ ମଧ୍ୟ ଜବତ କରିଛି।
The post ଗଞ୍ଜେଇ ଗାଡ଼ି ଏସ୍କର୍ଟ କରି କନ୍ଷ୍ଟେବଳ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/2MTt4eW
0 Comments