
ରାଉରକେଲା: ଜିଏଟି ସରଳୀକରଣ ଇ- କମର୍ସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘର ୧୨ ଘଣ୍ଟିଆ ଭାରତବନ୍ଦର ପ୍ରଭାବ ରାଉରକେଲାରେ ପଡ଼ିଛି। ସକାଳ ୬ ଟାରୁ ସହରର ଦୋକାନ ବଜାର ସହ ବ୍ୟାବସାୟିକ ସଂଗଠନ ବନ୍ଦ ରହିଛି। ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗ, ସର୍ବଭାରତୀୟ ବ୍ୟବସାୟୀ ସଂଘର ବ୍ରିଜ ମୋହନ ଅଗ୍ରୱାଲ, ସୁବ୍ରତ ପଟନାୟକଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରୁଛନ୍ତି।
ସହରର ପ୍ରମୁଖ ବଜାର ପାନପୋଷ, ଉଦିତନଗର, ଡେଲି ମାର୍କେଟ, ସେକ୍ଟର ୧୯ର ଇସ୍ପାତ ସେଣ୍ଟ୍ରାଲ ମାର୍କେଟ, ଛେଣ୍ଡ ଭିଏସଏସ ମାର୍କେଟ, କଳିଙ୍ଗ ବିହାର, ସେକ୍ଟର-୧୮ ଟ୍ରାଫିକ ମାର୍କେଟ, ରାଉରକେଲାର ମୁଖ୍ୟ ମାର୍କେଟ ଆଦି ବନ୍ଦ ରହିଛି। ଏନେଇ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। ପେଟ୍ରୋଲ ପମ୍ପ, ଔଷଧ ଦୋକାନ, ସରକାରୀ ଅଫିସ, ବ୍ୟାଙ୍କ ଆଦି ଖୋଲା ରହିଛି।
The post ରାଉରକେଲାରେ ବ୍ୟବସାୟୀ ସଂଘର ଭାରତବନ୍ଦ first appeared on Sambad.
from ଜିଲ୍ଲା – Sambad https://ift.tt/3uzrmkc
0 Comments