ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବସଷ୍ଟାଣ୍ଡରେ ଥିବା ଏକ ହୋଟେଲରେ ନିଆଁ ଲାଗିବାର ଖବର ମିଳିଛି। ଏହାଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବାର ସୂଚନା ମିଳିଛି। ତେବେ ନିଆଁରୁ ଦୋକାନୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୭.୩୦ରେ ବିନିକା ବସଷ୍ଟାଣ୍ଡରେ ଥିବା ଅନିଲ ସାହୁଙ୍କ ହେଟେଲରେ  ନିଆଁ ଲାଗିଯାଇଥିଲା ସକାଳୁ ଦୋକାନୀ ଜଳଖିଆ ତିଆରି କରିବା ସମୟରେ ହଠାତ୍ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା । ଖବର ପାଇ ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବା ଫଳରେ ଦୋକାନରେ ମିଠା ଓ ଖାଦ୍ୟ ସାମଗ୍ରୀ ସହ ଫ୍ରିଜ୍ ୨ଟି  କାଠ ଥାକ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ିଯାଇଛି।   ଏହି କ୍ଷତିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଦୋକାନୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ତେବେ ଦୋକାନୀ ବା ଅନ୍ୟ କାହାର କିଛି କ୍ଷତି ହୋଇ ନଥିବା ସେ କହିଛନ୍ତି।

The post ବିନିକା ବସଷ୍ଟାଣ୍ଡରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ first appeared on Sambad.



from ଜିଲ୍ଲା – Sambad https://ift.tt/3pWKvsB