ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶିକାରୀ ଆକ୍ରମଣରେ ବନ କର୍ମଚାରୀ ‌ଆହତ ହୋଇଥିବା ସୂଚନା ରହିଛି।

ଆଜି ଶିମିଳିପାଳକୁ ଶିକାର କରିବା ପାଇଁ ଉଦଳାର ଜମୁଡ଼ିହା ଗାଁରୁ ପ୍ରାୟ ୬୦ରୁ ୭୦ ଜଣ ଶିକାରୀ ଯାଇଥିଲେ। ସେଠାରୁ ସେମାନେ ୨ଟା ସମ୍ବର ଶିକାର କରି ଆଣି ନିଜ ଭିତରେ ଭାଗ କରିଥିଲେ। ଜଣେ ଶିକାରୀ ତାଙ୍କ ଘରେ ୩୦ କିଲୋ ମାଂସ ଓ ୨ଟା ବନ୍ଧୁକ ରଖିଛି ବୋଲି ଖବର ପାଇ ଉଦଳା ରେଞ୍ଜ ଅଫିସର ତାଙ୍କ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶିକାରୀ ଘରୁ ସେମାନେ ୨ଟି ବନ୍ଧୁକ ସହ ଅଧା ବସ୍ତା ମାଂସ ଜବତ କରିଥିଲେ।

ଜବତ ସାମଗ୍ରୀକୁ ଧରି ସେମାନେ ଗାଡି ପାଖକୁ ଆସିବା ବେଳକୁ ଠିକ୍‌ ସେହି ସମୟରେ ସେ ଗାଁର ପ୍ରାୟ ୨୦ ଜଣ ଲୋକ ପଥର ଫିଙ୍ଗିକି ଗାଡିକୁ ଭାଙ୍ଗିବା ସହ ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ମାରଧର କରିଥିଲେ ଓ ସେମାନଙ୍କଠାରୁ ବନ୍ଧୁକ ମଧ୍ୟ ଛଡ଼ାଇ ନେଇଥିଲେ।

The post ବାରିପଦା: ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ first appeared on Sambad.



from ଜିଲ୍ଲା – Sambad https://ift.tt/3pSBErU