ଲକ୍ଷ୍ମୀପୁର: ଆଜି ସକାଳେ କୋରାପୁଟ ଜିଲ୍ଲା ଅନ୍ତର୍ଗତ କାକରିଗୁମା ରେଳ ଷ୍ଟେସନ୍‌ ଅଞ୍ଚଳ ରେଳ ଧାରଣା ପାର୍ଶ୍ୱରୁ କୁକୁର ଝୁଣୁଥିବା ଏକ ନବଜାତ କନ୍ୟା ଉଦ୍ଧାର କରାଯାଇଛି।

ରେଳଧାରଣା କଡ଼ରେ ପଡ଼ିଥିବା ଅସହାୟ ନବଜାତକକୁ କୁକୁରମାନେ କାମୁଡ଼ାକାମୁଡ଼ି କରୁଥିବା ଦେଖି ସକାଳ ପ୍ରାୟ ୯ଟା ପରେ କେତେକ ଲୋକ ରେଳବାଇ ପୁଲିସକୁ ଖବର ଦେଇଥିଲେ।

ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଚାଇଲ୍‌ଡ୍‌ ଲାଇନ୍‌କୁ ଖବର ଦିଆଯାଇଥିଲା। ଚାଇଲ୍‌ଡ୍‌ ଲାଇନ୍‌ର ସଦସ୍ୟମାନେ ଛୁଆଟିକୁ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତିକ କରିଛନ୍ତି।

ସମ୍ପ୍ରତି ଚିକିତ୍ସାଧୀନ ନବଜାତକର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

କିନ୍ତୁ, ସେ ଛୁଆଟି କାହାର ଏବଂ କେଉଁ କାରଣରୁ ତାକୁ ସେଠାରେ ଫିଙ୍ଗି ଦିଆଯାଇଥିଲା, ସେ ସଂକ୍ରାନ୍ତର କାକରିଗୁମା ପୁଲିସ ତଦନ୍ତ ଆରମ୍ଭ କରିଛି।

The post କାକରିଗୁମା ରେଳ ଷ୍ଟେସନ କଡ଼ରୁ କୁକୁର ଝୁଣୁଥିବା ନବଜାତ କନ୍ୟା ଉଦ୍ଧାର first appeared on Sambad.



from ଜିଲ୍ଲା – Sambad https://ift.tt/2OrSGjP