
କଟକ: ବହୁଚର୍ଚ୍ଚିିତ ଅଞ୍ଜନା ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିବା କମିସନରେଟ ପୁଲିସକୁ ସାଧୁବାଦ ଜଣାଇଛନ୍ତି ପୁଲିସ୍ ଡିଜି ଅଭୟ। ଏହି ଟିମର କଠିନ ପରିଶ୍ରମ ଯୋଗୁଁ ଦୀର୍ଘ ୨୨ ବର୍ଷ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ଧରାପଡିଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ପୁଲିସ ମୁଖ୍ୟାଳୟରେ ତଦନ୍ତକାରୀ ଟିମ ସହ ଡିଜିପି ଆଲୋଚନା କରିଛନ୍ତି।
ଟିମର କଠିନ ପରିଶ୍ରମ, ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବକୁ ସେ ଭୂୟଶୀ ପ୍ରଶ˚ସା କରିଥିଲେ। ଏହି କ୍ରାର୍ଯ୍ୟକ୍ରମରେ ପୁଲିସ କମିଶନର ଡକ୍ଟର ସୁଧା˚ଶୁ ଷଡଙ୍ଗୀ, ଡିସିପି ପ୍ରତୀକ ସି˚, ଏଡିସିପି ପ୍ରମୋଦ ରଥ, ସ୍ପେଶାଲ ସ୍କାଡ୍ ଆଇଆଇସି ଅଜୟ ଦାସ, ଇନ୍ସପେକ୍ଟର ରଶ୍ମୀରଞ୍ଜନ ମହାପାତ୍ର, ଶଶୀକାନ୍ତ ରାଉତ ଓ ଟିମ୍ର ୩ କନଷ୍ଟେବଳ ଉପସ୍ଥିତ ଥିଲେ।
The post ବିବନକୁ ଧରିଥିବା ପୁଲିସ ଅଧିକାରୀଙ୍କୁ ଡିଜିଙ୍କ ପ୍ରଶଂସା first appeared on Sambad.
from ଜିଲ୍ଲା – Sambad https://ift.tt/2O2YvnC
0 Comments