
କେନ୍ଦୁଝର : ଯେତେ ଖୋଳିଲେ ସେତେ ବାହାରୁଛି। କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକାମ ଟେଣ୍ଡର ଅନିୟମିତତାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲୁଛି। ନକଲି ଦସ୍ତାବିଜ ଦେଇ ଠିକାଦାରମାନେ ଟେଣ୍ଡର ହାତେଇଛନ୍ତି। ଏହି ନକଲି ଦସ୍ତାବିଜ ତାଲିକାରେ ଏବେ ଆଉ ଏକ ନାମ ଯୋଡ଼ି ହୋଇଛି। ପରମେଶ୍ବର ମଲ୍ଲିକ ନାମକ ଆଉ ଜଣେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ମଧ୍ୟ ନକଲି ବାଲାନସ୍ ସିଟ୍, ପ୍ରଫିଟ୍ ଲସ୍ ଷ୍ଟେଟମେଣ୍ଟ ସାର୍ଟିଫିକେଟ ଦେଇଥିବା ଅନୁସନ୍ଧାନରୁ ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ରାଜପଥର ୨୨୦ରୁ ସାନ ମଶିଣାବିଲ୍ଲା ପର୍ଯ୍ୟନ୍ତ ରାସ୍ତା ପ୍ୟାକେଜ ନଂ-ଓଆର-୧୭-୫୯୦ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟତା ଅର୍ଜନ କରିଛନ୍ତି ପରମେଶ୍ବର ମଲ୍ଲିକ। ସେହିପରି ଖଜୁରିଡିହା ଛକଠାରୁ ବଇକଳା ପର୍ଯ୍ୟନ୍ତ ପ୍ୟାକେଜ ନଂ-ଓଆର୧୭-୫୯୮ ଏବଂ ଖଜିରାପାଟଠାରୁ ଟଭାସରୁଆ ପର୍ଯ୍ୟନ୍ତ ରାସ୍ତା ପ୍ୟାକେଜ ନଂ-ଓଆର-୧୭-୫୯୪ ରେ ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟତା ଅର୍ଜନ କରିଛନ୍ତି ଶ୍ରୀ ମଲ୍ଲିକ। ମାତ୍ର ଯେଉଁ ଦସ୍ତାବିଜ୍ ଦେଇ ସେ ଏହି ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟତା ଅର୍ଜନ କରିଛନ୍ତି, ତାହା ନକଲି। ତାଙ୍କ ବାଲାନସ୍ ସିଟ୍ , ପ୍ରଫିଟ୍ ଲସ୍ ଷ୍ଟେଟମେଣ୍ଟ ଏବଂ ଟର୍ଣ୍ଣଓଭର ସାର୍ଟିଫିକେଟ ନକଲି ବୋଲି ଜଣାପଡିଛି।
ଏହା ପୂର୍ବରୁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ , ସୁରେନ୍ଦ୍ର ଭୂୟାଁ ଏବଂ ରବୀନ୍ଦ୍ର ସାହୁ ଟେଣ୍ଡର ହାତେଇବା ପାଇଁ ଏହି ତରିକା ଆପଣାଇ ଧରାପଡ଼ିଥିଲେ।
The post ରାସ୍ତାକାମ ଟେଣ୍ଡରରେ ଅନିୟମିତତା, ଠକିଛନ୍ତି ଆଉ ଜଣେ ଠିକାଦାର first appeared on Sambad.
from ଜିଲ୍ଲା – Sambad https://ift.tt/3tiopUm
0 Comments