ଭିସୁଟରେ ୨୫ ଛାତ୍ରଙ୍କୁ କରୋନା, ହଷ୍ଟେଲରୁ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାର ଭିସୁଟରେ ୨୫ ଛାତ୍ରଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ୨ଦିନ ଭିତରେ ଭିସୁଟରେ ୩ଟି ହଷ୍ଟେଲର ୨୫ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସଂକ୍ରମିତ ଛାତ୍ରମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି।

ଏଣେ ଉପ ଜିଲ୍ଲାପାଳ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ହଷ୍ଟେଲରୁ ବାହାରକୁ ନଯିବା ପାଇଁ କୁହାଯାଇଛି ଏବଂ ହଷ୍ଟେଲରେ ଛାତ୍ରମାନଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଭିସୁଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି । ତେଣୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି ଭାରପ୍ରାପ୍ତ କୁଳପତି ବିଭୂତିଭୂଷଣ ପତି  କହିଛନ୍ତି।

The post ଭିସୁଟରେ ୨୫ ଛାତ୍ରଙ୍କୁ କରୋନା, ହଷ୍ଟେଲରୁ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ first appeared on Sambad.



from ଜିଲ୍ଲା – Sambad https://ift.tt/3suEmpe

Post a Comment

0 Comments