ବଲାଙ୍ଗୀର: ପ୍ରେମ ପରେ ଝିଅ ଓ ପୁଅକୁ ଫେରାର କରାଇବା ଘଟଣାକୁ ନେଇ ଗତ ଶନିବାର ରାତିରେ ପେନ୍ଦିମୁଣ୍ଡା ଗ୍ରାମର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପରିବାରରୁ ୫ ଆହତ ଓ ୨ ଗୁରୁତର ହୋଇଥିବାର ଖବର ମିଳିଛି।
ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡା ଗ୍ରାମର ସୁବୋଧ ରଣା କୁଆଡ଼େ ଗତ ଏକ ବର୍ଷ ତଳେ ପେନ୍ଦିମୁଣ୍ଡା ଗ୍ରାମର ଝିଅ ଓ ପୁଅକୁ ଫେରାର କରାଇବାରେ ସହଯୋଗ କରିଥିବା ନେଇ ରାମଚନ୍ଦ୍ର ପରିବାର ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲା। ଗତ ଗୁରୁବାର ରାତିରେ ସୁବୋଧ କଳାହାଣ୍ଡି ଜିଲ୍ଲା ନୁନପୁର ଗ୍ରାମକୁ ବାହାଘର ଯାଇଥିବାବେଳେ ରାମଚନ୍ଦ୍ର ଘରର ଲୋକେ ସୁବୋଧକୁ ମାଡ଼ ମାରିଥିବା ନେଇ ସୁବୋଧ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।
ଏ ନେଇ ଗତକାଲି ରାତି ପ୍ରାୟ ୯ଟାସମୟରେ ୨ପରିବାରର ମହିଳାମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଉଭୟ ପରିବାର ପକ୍ଷରୁ ୫ ଜଣ ଆହତ ହୋଇଥିବା ବେଳେ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁଷୁରାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
The post ପ୍ରେମବ୍ୟାପାରକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ: ୫ ଆହତ ଓ ୨ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3rskB14
0 Comments