
ପାଲଲହଡ଼ା: ୫ ଦିନ ହେଲା ନିଖୋଜ ହୋଇଯାଇଛି ପୁଅ, ଆଉ ପୁଅକୁ ଝୁରି ଝୁରି ଆଖିରୁ ପରିବାର ଆଖିରୁ ଝରୁଛି ଲୁହ |ପାଲଲହଡ଼ା ବ୍ଲକ୍ ବନ୍ଧାଭୂଇଁ ପଞ୍ଚାୟତର ଯମରଡିହ ଗ୍ରାମର କୀର୍ତ୍ତନ ବେହେରାଙ୍କ ପୁଅ ସୁରେଶ ଚନ୍ଦ୍ର ବେହେରା (୨୧) ଗତ ୧୬ ତାରିଖ ଠାରୁ ନିଖୋଜ ଅଛନ୍ତି | ପରିବାରର କହିବା ମୁତାବକ ସେ ଯମରଡିହ ହାଟକୁ ଯାଇଥିବାବେଳେ ଦିନ ୧୨ଟା ବେଳୁ ତାଙ୍କ ପତା ମିଳୁନାହିଁ |
ଚାରିଆଡ଼େ ଖୋଜାଖୋଜି କରିବା ପରେ ବି ସୁରେଶ ନ ମିଳିବାରୁ ବାପା କୀର୍ତ୍ତନ ବେହେରା ପାଲଲହଡ଼ା ଥାନା ରେ ଲିଖିତ ଭାବେ ଜଣାଇଥିଲେ | ଏହା ପରେ ପାଲଲହଡ଼ା ଥାନା ଆଇଆଇସି କିଶୋର କୁମାର ସାମଲ ଓ ତାଙ୍କ ଦଳ ପିଲାକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି |
ଯଦି କେହି ପିଲାଟିକୁ ଦେଖନ୍ତି ତେବେ ୭୮୭୩୨୮୭୯୬୯(ମୋବାଇଲ ନମ୍ବର)ରେ ଯୋଗାଯୋଗ କରିବାକୁ ପରିବାର ସଦସ୍ୟ ଆକୁଳ ନିବେଦନ କରିଛନ୍ତି |
The post ୫ ଦିନ ହେଲା ଚାଲିଯାଇଛି ପୁଅ, ପରିବାର ଆଖିରୁ ଶୁଖୁନି ଲୁହ first appeared on Sambad.
from ଜିଲ୍ଲା – Sambad https://ift.tt/3ucmS2y
0 Comments