
ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଜଗମୋହନପୁର ଗ୍ରାମର ସ୍ବର୍ଗତ ଦିବାକର ପ୍ରଧାନଙ୍କ ସ୍ତ୍ରୀ ଜାନକୀ ପ୍ରଧାନ(୪୫)। ଗତକାଲି ରାତି ପ୍ରାୟ ସାଢେ ୩ଟା ବେଳେ ଗାଁରେ ଦନ୍ତାହାତୀ ପଶିଥିଲା। ଲୋକମାନେ ହାତୀ ଘଉଡ଼ାଇବାକୁ ପାଟିତୁଣ୍ଡ କରିଥିଲେ। ସାହିରେ ହାତୀ ପଶିଥିବା ଜାଣି ଜାନକୀ ଶୋଇଥିବା ଘରୁ ଉଠି ପାଖ ଘରେ ଶୋଇଥିବା ଛୁଆମାନଙ୍କ ପାଖକୁ ଆସୁଥିଲେ।ଫଳରେ ଘରୁ ବାହାରି ଆସୁଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜାନକୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବନଵିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
The post ତେଲକୋଇ: ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3atcRGg
0 Comments