ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ନବବିବାହିତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଦାବନ୍ଧ ଗ୍ରାମର ମୁରଲୀଧର ନାଏକଙ୍କ ପୁଅ ମଦନ ମୋହନଙ୍କୁ ହିନ୍ଦୋଳ ଥାନା ଅଞ୍ଚଳର ହରିହର ନାଏକଙ୍କ ଝିଅ ଗତ ୧୭ ତାରିଖରେ ବିବାହ କରିଥିଲେ। ଆଜି ସକାଳ ୮ଟାରେ ନବବଧୂ ନିଜ ପିନ୍ଧା ଶାଢ଼ୀ ରେ ଫ୍ୟାନରେ ଝୁଲିଥିବାର ଦେଖିବାକୁ ମିଳିଥିଲା।
ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତାଙ୍କ ଝିଅର ପୂର୍ବରୁ ମୁଣ୍ଡ ଦୋଷ ଥିଲା। ଶଶୁର ଘର ଲୋକଙ୍କର ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ମୃତକଙ୍କର ବାପା ହରିହର ପୁଲିସକୁ ଲିଖିତ ଭାବେ ଜଣାଇଛନ୍ତି।

The post ବାହାଘରର ତିନିଦିନ ପରେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3k7fCR9