ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ନାଗପାଲିରେ ଜଣେ ଯୁବତୀଙ୍କ ଦୁଇପାଦବିହୀନ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ନାଗପାଲି ଗ୍ରାମପଞ୍ଚାୟତର ତୁଲୁଣ୍ଡୁପାଲି ଗାଁର ବିଲରେ ପଡ଼ିଛି ଜଣେ ଯୁବତୀଙ୍କ ଦୁଇ ପାଦବିହୀନ ଅର୍ଦ୍ଧଦଗ୍ଧ ଶବ। ଉକ୍ତ ଯୁବତୀଙ୍କ ସହ କେହି ଦୁଷ୍କର୍ମ କରି ନା ହତ୍ୟା କରି କେହି ବିଲରେ ଫିଙ୍ଗି ଦେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଶବର ଶହେ ମିଟର ଦୂରରେ ଏକ ବ୍ୟାଗ,ବାସନ ଏବଂ ଚପଲ ପଡ଼ିରହିଛିI ଏହାର କାରଣ ବି ଅସ୍ପଷ୍ଟ ରହିଛି।
ଖବରପାଇ ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛିI ଏ ପର୍ଯ୍ୟନ୍ତ ଯୁବତୀଙ୍କର ପରିଚୟ ମିଳିପାରିନାହିଁI

The post ଯୁବତୀଙ୍କ ଦୁଇପାଦବିହୀନ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ first appeared on Sambad.



from ଜିଲ୍ଲା – Sambad https://ift.tt/3aKglo3