
ଆଠଗଡ଼: ଆଠଗଡ଼ ଥାନା ରାଧାପତିପୁରସ୍ଥିତ ଏକ ହୋଟେଲ ଉପରେ ଆଜି ଭୁବନେଶ୍ବରର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଟିମ୍ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଏସ୍ଟିଏଫ୍ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।
ସୂଚନା ଅନୁଯାୟୀ, ଆଠଗଡ଼ ରାଧାପୁରସ୍ଥିତ ଏକ ହୋଟେଲରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ମିଳିବା ପରେ ଭୁବନେଶ୍ବରରୁ ଏସ୍ଟିଏଫର ଜଣେ ଇନ୍ସପେକ୍ଟରଙ୍କ ସମେତ ୫ ଜଣିଆ ଦଳ ଗତ ସନ୍ଧ୍ୟାରେ ଚଢ଼ାଉ କରିଥିଲେ। ଉକ୍ତ ହୋଟେଲରୁ ବ୍ରାଉନସୁଗାର ଜବତ କରାଯିବା ସହିତ ହୋଟେଲ ମାଲିକ ଓ ସହଯୋଗୀଙ୍କୁ ଧରି ଥାନାକୁ ଅଣାଯାଇଥିଲା।
ରାତି ପ୍ରାୟ ୧୨ଟା ସୁଦ୍ଧା ଏସ୍ଟିଏଫ୍ ଟିମ୍ ଥାନାରେ ଉପସ୍ଥିତ ରହି ତଦନ୍ତ ଜାରି ରଖିଥିଲା । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ ଅଭିଯୋଗ କରାଯାଇ ନ ଥିବା ଏବଂ ଜବତ ବ୍ରାଉନସୁଗାର ଓ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯାଇ ନାହିଁ ବୋଲି ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ଏସ୍ଟିଏଫ୍ ଟିମ୍ ୧୭୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିବା ଏବଂ ଏହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବା ବୋଲି କୁହାଯାଉଛି।
The post ଆଠଗଡ଼ ହୋଟେଲରେ ଏସ୍ଟିଏଫ୍ ଚଢ଼ାଉ; ବ୍ରାଉନସୁଗାର ଜବତ, ୨ ଅଟକ first appeared on Sambad.
from ଜିଲ୍ଲା – Sambad https://ift.tt/3qRMsYs
0 Comments