
କଟକ : ଯୁବ ଲେଖକ ଡା. ଦିଲ୍ଲୀପ ବେହେରା ଚଳିତବର୍ଷର ମର୍ଯ୍ୟାଦାଜନକ ‘କିଶୋରୀଚରଣ ପୁରସ୍କାର’ ପାଇବେ। ‘ପାନ୍ଥଶାଳା’ ଗଳ୍ପ ପୁସ୍ତକ ପାଇଁ ଡାକ୍ତର ବେହେରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କିଶୋରୀଚରଣ ସ୍ମୃତି ସଂସଦର କାର୍ଯ୍ୟକାରୀ ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ମାର୍ଚ୍ଚ ୧ ତାରିଖ, ସୋମବାର ସନ୍ଧ୍ୟା ୬ଟାରେ ଆୟୋଜନ ହୋବାକୁଥିବା କଥାକାର କିଶୋରୀଚରଣ ଦାସଙ୍କ ୯୭ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯିବ । ଡା. ବେହେରାଙ୍କୁ ପୁରସ୍କାର ସ୍ୱରୂପ ଉପଢୌକନ, ମାନପତ୍ର ଓ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ ସଂପାଦକ ପ୍ରଫେସର ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ୪୦ ବର୍ଷରୁ କମ୍ ବୟସ୍କ ଲେଖକ/ ଲେଖଲେଖିକାଙ୍କୁ ପ୍ରତିବର୍ଷ କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।
The post ଦିଲ୍ଲୀପ ବେହେରା ପାଇବେ କିଶୋରୀଚରଣ ପୁରସ୍କାର first appeared on Sambad.
from ଜିଲ୍ଲା – Sambad https://ift.tt/3qWrBU8
0 Comments