
କଟକ: ଆସନ୍ତା ୨୨ ତାରିଖରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଜାମିନ ଆବେଦନର ଏକତ୍ର ଶୁଣାଣି କରାଯିବ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ଏହି ଦିନ ଧାର୍ଯ୍ୟ କରାଯାଇଛି।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ୨୦୨୦, ନଭେମ୍ବର ୨୭ ତାରିଖରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଏହାପରେ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି କୋଟି କୋଟି ଟଙ୍କା ଆକାଶ ଠକିଥିବା ଅଭିଯୋଗ ହୋଇଥିଲା। ଏଥିସହିତ, ଚାର୍ଟର ବିମାନ ବୁକିଂ ବାବଦରେ ୬୫ ଲକ୍ଷ ଟଙ୍କା ଠକେଇ ନେଇ ଆକାଶଙ୍କ ବିରୋଧରେ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ୨୦୨୦, ଡିସେମ୍ବର ୩ରେ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ ନିମ୍ନ ଅଦାଲତରେ ଶ୍ରୀ ପାଣିଗ୍ରାହୀ ଓ ଆକାଶଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଉଭୟ ହାଇକୋର୍ଟରେ ପୃଥକ ଜାମିନ ଆବେଦନ ଦାୟର କରିଥିଲେ। ଏଥିସହିତ ଚାର୍ଟର ବିମାନ ବୁକିଂ ବାବଦରେ ୬୫ ଲକ୍ଷ ଟଙ୍କା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏ କିଙ୍ଗ୍ ପକ୍ଷରୁ ଅଭିଯୋଗ ପରେ ଖାରବେଳ ନଗର ଥାନାରେ ଏ ନେଇ ଏତଲା ରୁଜୁ କରାଯାଇଥିଲା।
The post ୨୨ରେ ପ୍ରଦୀପ ପାଣିଗ୍ରାହୀ, ପାଠକଙ୍କ ଏକତ୍ର ଜାମିନ ଶୁଣାଣି first appeared on Sambad.
from ଜିଲ୍ଲା – Sambad https://ift.tt/2OCC4Wn
0 Comments