
ପୁରୀ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାଓ୍ବତ୍ ଆଜି ପବିତ୍ର ମାଘସପ୍ତମୀ ଅବସରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶା ଗସ୍ତରେ ଆସିଥିବା କଙ୍ଗନା ରାନାଓ୍ବତ୍ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ। ଏଠାରେ ସେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ। କଙ୍ଗନା ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି।
We always see Krishna with Radha or Rukmani(Laxmi) but in Puri Jagannath Lord Krishna is placed with his siblings, Balrama n Subhadra(Arjun’s wife, Abhimanyu’s mom)
Pulsating with the energy of his heart chakra whole place has a healing and soothing sweetness to it,enchantedpic.twitter.com/ogHLeSRKqR
— Kangana Ranaut (@KanganaTeam) February 19, 2021
ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଘୋଷଣା କରିଥିଲେ କଙ୍ଗନା । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ମନ୍ତବ୍ୟ ଦେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ କଙ୍ଗନା। ସେ ମୁମ୍ବାଇରେ ବହୁ ସଂଘର୍ଷ କରି ସଫଳତା ପାଇଛନ୍ତି ସେ। ନିଜ ଅଭିନୟ ଦକ୍ଷତା ଲାଗି ଫିଲ୍ମ ଫେୟାର ଆୱାର୍ଡଠାରୁ ଆରମ୍ଭ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପର୍ଯ୍ୟନ୍ତ ବହୁ ସମ୍ମାନ ଲାଭ କରିଛନ୍ତି କଙ୍ଗନା। ବିଭନ୍ନ ପ୍ରସଙ୍ଗରେ ଶାଣିତ ମନ୍ତବ୍ୟକୁ ନେଇ ସେ ଅଧିକାଂଶ ସମୟରେ ବିବାଦୀୟ ହୋଇ ଆସିଛନ୍ତି।
The post ପୁରୀରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ୍: ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ first appeared on Sambad.
from ଜିଲ୍ଲା – Sambad https://ift.tt/3pyvFIA
0 Comments