ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାରଠାରୁ କଟକଣାମୁକ୍ତ ଦର୍ଶନ ଆରମ୍ଭ ହୋଇଛି। ନୂଆ ଏସ୍‌ଓପି ଆଜିଠାରୁ ଲାଗୁ ହେବା ପରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିଛନ୍ତି। ଆନନ୍ଦବଜାରରୁ ମହାପ୍ରସାଦ କିଣିବା ସହ ସପରିବାର ସେବନ କରି ଫେରିଛନ୍ତି। ତେବେ ମନ୍ଦିର ପ୍ରଶାସନ ପଲିଥିନ୍‌ ବ୍ୟବହାର ଉପରେ ଯେଉଁ କଟକଣା ଲଗାଇଥିଲା, ଆଜି ତାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଭକ୍ତ ନୁହେଁ, ସେବକମାନେ ଏହାର ଖୋଲା ଉଲ୍ଲଂଘନ କରିଛନ୍ତି। ନୂଆ ଏସଓପି ଲାଗୁ ହେବା ପରେ ହଜାର ହଜାର ଭକ୍ତ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଧାଡ଼ିରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ଯିବା ପରେ ମହାପ୍ରଭୁଙ୍କ ଦର୍ଶନ କରି ଅନ୍ୟ ତିନିଦ୍ବାରରେ ପ୍ରସ୍ଥାନ କରିଛନ୍ତି। ସୁବିଧା ଦୃଷ୍ଟିରୁ ଉତ୍ତର ଦ୍ବାର ଦେଇ ଅଧିକାଂଶ ଭକ୍ତ ପ୍ରସ୍ଥାନ କରିଛନ୍ତି। ମହାପ୍ରସାଦ ବିକ୍ରି ଓ ସେବନକୁ ନେଇ ଯେଉଁ କଟକଣା ରହିଥିଲା ତାହା ହଟିବା ପରେ ଆଜିଠାରୁ ଆନନ୍ଦବଜାର ଭିଡ଼ ବି ବଢ଼ିଛି। ଭକ୍ତମାନେ ଦରକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ବି ଫେରିବା ବେଳେ ମହାପ୍ରସାଦ ନେଇ ଫେରିଛନ୍ତି।

The post ପୁରୀ : ଆରମ୍ଭ ହେଲା କଟକଣାମୁକ୍ତ ଦର୍ଶନ first appeared on Sambad.



from ଜିଲ୍ଲା – Sambad https://ift.tt/3dabPRE