
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଜୋନ ନଂ ୨ରେ ବୁଧବାର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ମିଲିଥିବା ସୂଚନା ଅନୁଯାଇ କୋମନା ବ୍ଲକର ୧୨ଟି ପଞ୍ଚାୟତରେ ଥିବା ୧୪୩ଟି ବୁଥରେ ବୁଧବାର ମତଦାନ ଚାଲିଛି। ଏଥିରେ ୩୮ ହଜାର ୩ ଶହ ୮୭ ଭୋଟର ରହିଛନ୍ତି।
ଏହି ୧୪୩ ବୁଥ ମଧ୍ୟରୁ ୪୧ଟି ବୁଥ ସମ୍ବେଦନଶୀଳ ଥିବାବେଳେ ୩ଟି ବୁଥ ଅତି ସମ୍ବେଦନଶୀଳ ରହିଛି। ବିଜେଡିରୁ ପ୍ରାର୍ଥୀ ଭାବେ ଅବନୀ ରଞ୍ଜନ ଜୋଶୀ, ବିଜେପିରୁ ଗୌରୀଶଙ୍କର ପଣ୍ଡା, କଂଗ୍ରେସରୁ କାଞ୍ଚନ ଶବର ନିର୍ବାଚନ ଲଢୁଛନ୍ତି। ମତଦାନ କିପରି ଶାନ୍ତିଶୃଙ୍ଖଳାରେ ହେବ ସେଥିପାଇଁ ପୁଲିସ ମୁତୟନ କରାଯାଇଛି। ଆସନ୍ତାକାଲି ଅର୍ଥାତ ଫେବ୍ରୁଆରି ୨୫ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ତରଣୀସେନ ନାଏକ ସୂଚନା ଦେଇଛନ୍ତି।
The post ନୂଆପଡ଼ା ଜିଲ୍ଲାପରିଷଦ ଜୋନ ନଂ ୨ରେ ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି first appeared on Sambad.
from ଜିଲ୍ଲା – Sambad https://ift.tt/3upDvYJ
0 Comments