
କଟକ: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନର ବିକାଶ ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଏଥିପାଇଁ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କଟକକୁ ନୂଆ ରୂପ ଦେବାକୁ ସରକାର ଉଦ୍ୟମ କରୁଥିବା ବେଳେ ମା’ କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନା ମଧ୍ୟ ହାତକୁ ନିଆଯାଇଛି। ମନ୍ଦିରକୁ କିଭଳି ଅଧିକ ଆକର୍ଷଣୀୟ ଓ ବ୍ୟବସ୍ଥିତ କରାଯାଇ ପାରିବ, ସେ ଦିଗରେ ଯୋଜନା ପ୍ରସ୍ତୁତ ହୋଇଛି। ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ସହିତ ଏକ ପର୍ଯ୍ୟଟନସ୍ଥଳୀର ରୂପ ଦେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି।
ଏ ସଂପର୍କରେ ଖୁବଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। କଟକର ଅନ୍ୟତମ ପରିଚୟ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ମୁଖ୍ୟ ଦ୍ବାର, ମୂଳ ମନ୍ଦିରକୁ ଅତୁଟ ରଖି ତାହାକୁ କିଭଳି ଅଧିକ ଆକର୍ଷଣୀୟ ଓ ମନ୍ଦିର ଭିତର ବ୍ୟବସ୍ଥାକୁ ଅଧିକ ସୁସଂଗତ କରାଯାଇ ପାରିବ ସେ ଦିଗରେ ଯୋଜନା କରାଯାଉଥିବା ସୂଚନା ମିଳିଛି। ପ୍ରାଥମିକ ଭାବେ ଏଥିପାଇଁ ମନ୍ଦିରକୁ ୨ କୋଟିରୁ ଅଧିକ ଟଙ୍କା ଅନୁଦାନ ଆସିବାର ସମ୍ଭାବନା ରହିଛି।
The post ପ୍ରାଥମିକ ଭାବେ ଆସିବ ୨ କୋଟି ଟଙ୍କା; ମା’ କଟକ ଚଣ୍ଡୀ ମନ୍ଦିର ଉନ୍ନୟନ ପାଇଁ ସରକାର ନେବେ ପଦକ୍ଷେପ first appeared on Sambad.
from ଜିଲ୍ଲା – Sambad https://ift.tt/3aX8SC4
0 Comments