କଟକ: ମାହଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ସରପଞ୍ଚଙ୍କ ସ୍ଵାମୀ ପ୍ରଫୁଲ୍ଲ ବିଶ୍ୱାଳଙ୍କର ମୃତଦେହ ଠାବ ହୋଇଛି। କଟକ ଜିଲ୍ଲାର ଟାଙ୍ଗୀ ଟୋଲ ଗେଟ ନିକଟରୁ ଗତକାଲି ବିଳମ୍ବିତ ରାତିରେ ମୃତଦେହ ଠାବ କରିଛି ଟାଙ୍ଗୀ ଥାନା ପୁଲିସ। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପୁଲିସ ସହେନ୍ଦ କରୁଛି। ଟ୍ରକ ମୁଣ୍ତ ଉପରେ ଚଢ଼ି ଯାଇଥିବାରୁ ମୃତଦେହର ମୁହଁ ସ୍ପଷ୍ଟ ଜଣାପଡୁନି। ଘଟଣାସ୍ଥଳରେ ପୁଲିସ ବାଇକ, ପର୍ସ ଓ ମୋବାଇଲ ଜବତ କରିଛି । ଜବତ ହୋଇଥିବା ଜିନିଷରୁ ପୁଲିସ ଜାଣିବାକୁ ପାଇଛି ଯେ ଉକ୍ତ ବ୍ୟକ୍ତି ଜଣକ ମାହାଙ୍ଗା ନୃତ୍ତାଙ୍ଗର ପ୍ରଫୁଲ୍ଲ ବିଶ୍ବାଳ। ମୃତ ଶରୀରକୁ ପୁଲିସ ବ୍ୟବଚ୍ଛେଦ ପାଇଁ ଡ଼ାକ୍ତରଖାନା ପଠାଇଛି। 

ସୂଚନା ଅନୁଯାୟୀ, ମାହାଙ୍ଗା ଡ଼ବଲ ମର୍ଡ଼ର ଓ ବିକାଶ ଜେନା ହତ୍ୟକାଣ୍ତରେ ଫେରାର ଥିବା ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳ ପୁଲିସକୁ ଚକମା ଦେଇ ବୁଲୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ଟାଙ୍ଗୀ ଟୋଲ ଗେଟ୍‌ ନିକଟରୁ ଏକ ଟ୍ରକ ଚକା ତଳୁ ତାଙ୍କ ମୃତଶରୀର ଠାବ କରିଛି ଟାଙ୍ଗୀ ଥାନା ପୁଲିସ। ମୁହଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ପୁଲିସ ପ୍ରଥମେ ବ୍ୟକ୍ତିଙ୍କ ପରିଚୟ ପାଇ ପାରି ନ ଥିଲା। ପରେ ଘଟଣାସ୍ଥଳରୁ ଗାଡ଼ି, ଉକ୍ତ ବ୍ୟକ୍ତିଙ୍କ ପକେଟରୁ ପର୍ସ, ମୋବାଇଲ ଜବତ କରିଥିବାରୁ ପ୍ରଫୁଲ୍ଲ ବିଶ୍ବାଳଙ୍କ ପରିଚୟ ପାଇ ପାରିଛି।

The post ମାହାଙ୍ଗା ଡବଲ ମର୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଠାବ, ଦୁର୍ଘଟଣାରେ ମୃତ୍ୟୁ ସହେନ୍ଦ first appeared on Sambad.



from ଜିଲ୍ଲା – Sambad https://ift.tt/3cKDXdA