ଭୁବନେଶ୍ବର : ଆଜି ଭୋର ସମୟରେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଥିବା ଇକୋରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ, ଭୋର ପ୍ରାୟ ୫ଟା ବେଳେ ଇକୋରିଟ୍ରିଟର ୩ଟି ଟେଣ୍ଟରେ ହଠାତ ନିଆଁ ଲାଗି ଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଏଯାବତ୍ ସ୍ପଷ୍ଟ ହୋଇନାହିଁ।

The post ସାତକୋଶିଆ ଇକୋରିଟ୍ରିଟରେ ଅଗ୍ନିକାଣ୍ଡ, ୩ ଟେଣ୍ଟରେ ନିଆଁ ଲାଗିଥିବା ସୂଚନା first appeared on Sambad.



from ଜିଲ୍ଲା – Sambad https://ift.tt/3dU0Zj2