ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ନିକଟସ୍ଥ ଲଖନପୁର ଛକ ଅଞ୍ଚଳରୁ ଜଣେ ୭ ବର୍ଷର ନାବାଳିକା ଝିଅକୁ ସର୍ଗିପାଲି ଫାଣ୍ଡି ପୁଲିସ ଉଦ୍ଧାର କରିଛି। ଆଜି ସକାଳେ ଲଖନପୁର ଅଞ୍ଚଳରେ ଝିଅଟି ବୁଲୁଥିବା ସମୟରେ ଫାଣ୍ଡି ଅଧିକାରୀ କାଶୀନାଥ ବାରିକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ।

ଝିଅଟି ଟାଙ୍ଗରପାଲି ବ୍ଲକ୍ ଅନ୍ତର୍ଗତ ନିଆଲିପାଲି ପଞ୍ଚାୟତର ସିଂଘାନିମୁଣ୍ଡା ଗ୍ରାମର ହୋଇଥିବା ବେଳେ କୁଆଡ଼େ ତାର ଟିକିଏ ମାନସିକ ବିକୃତି ରହିଥିବା ଏବଂ ଗତକାଲି ରାତି ୨ଟା ବେଳେ ଘରୁ ଚାଲି ଆସିଥିଲା। ଖବର ପାଇ ଝିଅଟିର ଅଜା ଫାଣ୍ଡିରେ ପହଞ୍ଚିଥିବା ବେଳେ ପୁଲିସ ତାଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସର ଏହି ତତ୍କାଳ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

 

The post ନାବାଳିକାକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା ପୁଲିସ first appeared on Sambad.



from ଜିଲ୍ଲା – Sambad https://ift.tt/3k6WSB1