
ଯାଜପୁର: ଯାଜପୁର ଟାଉନ ଥାନା ଅଧୀନସ୍ଥ ଯୋଡ଼ିକୂଅ ଛକ ନିକଟରେ ଗଛ କଟା ହେଉଥିବା ବେଳେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଭଦ୍ରକ ଅଗରପଡା ଅଂଚଳର ସୁନନ୍ଦ ବିନ୍ଧାଣୀ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ବାଇକ୍ରେ ବସାଇ ବିରଜାଙ୍କ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଗଛ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କ ୪ ବର୍ଷର ପୁଅର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଗୁୁରୁତର ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୁନନ୍ଦ ଓ ତାଙ୍କ ଝିଅ ସୁରକ୍ଷିତ ଥିବା ସୂଚନା ରହିଛି।
ସୂଚନା ରହିଛି ଯେ ଘଟଣାସ୍ଥଳରେ ବେଆଇନ ଭାବେ ବିନା ଅନୁମତିରେ ଗଛ କଟା ଯାଉଥିଲା। ଏପରି ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟେକ୍ତ ଲୋକେ ନିଆଁ ଜାଳି ରାସ୍ତା ରୋକ କରିଛନ୍ତି। ପୁଲିସ୍ ସେଠାରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟିନ୍ତ୍ରଣକୁ ଆସିବାକୁ ଚେଷ୍ଟା ଚଲାଇଛି।
The post ଗଛ କଟା ସମୟରେ ରାସ୍ତାରେ ଗଛ ପଡ଼ି ପୁଅ ମୃତ, ମାଆ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/3uFvqPY
0 Comments