ସମ୍ବଲପୁର : ବୁର୍ଲା ଭିମ୍‌ସାର କ୍ୟାମ୍ପସରେ ଗତ ୧୦ ତାରିଖ ରାତିରେ ବରିଷ୍ଠ ଡାକ୍ତରୀ ଛାତ୍ରଙ୍କ ଦ୍ୱାରା କନିଷ୍ଠ ଛାତ୍ରଙ୍କୁ ରୢାଗିଂ ଘଟଣାକୁ ଆଜି ରାଜ୍ୟ ମାନବାଧିକାର ଆୟୋଗ ଗୁରୁତର ସହିତ ନେଇଛନ୍ତି। ରୢାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନରେ ଆବେଦନ ଉପ‌ରେ ବିଚାର କରି ଭିମ୍‌ସାରର କୁଳସଚିବ ଓ ସମ୍ବଲପୁର ଏସ୍‌ପିଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍ ଦେବାକୁ ଆଦେଶ ଜାରି କରିଛନ୍ତି। ବରିଷ୍ଠ ଛାତ୍ରମାନଙ୍କ ରୢାଗିଂ ସଂକ୍ରାନ୍ତରେ ଭିମ୍‌ସାର ପୀଡ଼ିତ ଛାତ୍ରମାନେ ନେସ୍‌ନାଲ ଆଣ୍ଟି ରୢାଗିଂ ହେଲ୍‌ପ ଲାଇନ୍‌, ଦିଲ୍ଲୀଙ୍କଠାରେ ଅଭିଯୋଗ କରିଥିଲେ। ତେବେ ଆଜି ରୢାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ(ଆର୍‌ଏଫ୍‌ସିଏ) ଆବାହକ ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଓଡିଶା ମାନବାଧିକାର ଆୟୋଗଠାରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଆୟୋଗର ମାନ୍ୟବର ଅଧ୍ୟକ୍ଷ ଜଷ୍ଟିସ ବିଜୟକୃଷ୍ଣ ପଟେଲ ଓ ମାନ୍ୟବର ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ବିଚାର କରିଥିଲେ।

The post ଭିମ୍‌ସାରରେ ରାଗିଂ ଘଟଣା: ଓଏଚ୍‌ଆର୍‌ସିଙ୍କ ନୋଟିସ୍ first appeared on Sambad.



from ଜିଲ୍ଲା – Sambad https://ift.tt/3rQQGQP