ଖଇରା: ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ତେନ୍ତୁଳିଆପଡ଼ା ଗ୍ରାମର ଭାଗୀରଥି ଦାସ ନାମକ ଜଣେ ୪୫ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତ ରାତିରେ ନିଜ ଶୋଇବା ଘରେ ସେ ଫ୍ୟାନରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଭାଗୀରଥି ତାଙ୍କ ଘର ସମ୍ମୁଖରେ ଥିବା ଏକ ଗଛରୁ ଡାଳ ହାଣିଥିବା ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଗତ ମଧ୍ୟରାତ୍ରୀରେ କିଛି ଲୋକ ଆସି ଭାଗୀରଥିଙ୍କ ସମେତ ତାଙ୍କ ପତ୍ନୀ, ପୁଅ ଏବଂ ଝିଅକୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ। ପରେ ଭାଗୀରଥି ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫ୍ୟାନରେ ଏକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଡାକିବା ପରେ ଭାଗୀରଥି ନ ଶୁଣିବାରୁ ସେମାନେ କବାଟ ଭାଙ୍ଗିଥିଲେ। ସେମାନେ ଭାଗୀରଥିଙ୍କୁ ମୃତ ଅବସ୍ଥାରେ ଫ୍ୟାନରେ ଝୁଲୁଥିବା ଦେଖିଥିଲେ।

The post ଗ୍ରାମବାସୀଙ୍କ ସହ ପାଟିତୁଣ୍ଡ କାରଣରୁ ଆତ୍ମହତ୍ୟା କଲେ ଯୁବକ!  first appeared on Sambad.

from ଜିଲ୍ଲା | Sambad https://ift.tt/2Qrkoy3