
ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଛନାପାଲି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଜଣେ୬ ବର୍ଷର ଶିଶୁ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛି।
ବିଛନାପାଲି ଗ୍ରାମର ପ୍ରେମ ଶବର ନିଜ ୬ ବର୍ଷର ପୁଅ ତୁଷାର ନିଜ ଘରର ବିଦ୍ୟୁତ ଆର୍ଥିଙ୍ଗ ପାଇଁ ଖୋଳାଯାଇଥିବା ଗାତ ପାଖରେ ମୃତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ଆସି ତୁଷାରକୁ ଏପରି ଅବସ୍ଥାରେ ଦେଖିବା ପରେ ଖଡ଼ିଆଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
The post ଖଡ଼ିଆଳରେ ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ୬ ବର୍ଷର ବାଳକ ମୃତ first appeared on Sambad.
from ଜିଲ୍ଲା – Sambad https://ift.tt/3qqErJ6
0 Comments