କଟକ: ଲମ୍ବା ଓ ମଜବୁତ କେଶ ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ। ଏଥିପାଇଁ ମହିଳାମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଉଦ୍ୟମ କରିଥାନ୍ତି। ଏମିତିକି ଚୁଟି ନଥିଲେ ଅନେକ ତ ନକଲି ଚୁଟି ଲଗାଇଥାନ୍ତି। ଘରୋଇ ଉପଚାରରେ ଚୁଟିକୁ ଲମ୍ବା, ମଜବୁତ ଆଉ ଆକର୍ଷଣୀୟ କରିବାର କେତେକ ସଫଳ ଉପାୟ ରହିଛି। ଏହାକୁ ଅବଲମ୍ବନ କରିପାରିଲେ ଚୁଟି ବଢ଼ିବା ଓ ମଜବୁତ ରଖିବାରେ ସଫଳତା ପାଇ ପାରିବା। ଗୋଟିଏ ପିଆଜକୁ କାଟି ତାକୁ ଭଲ ଭାବେ ବାଟି ତା’ର ରସକୁ କେଶ ମୂଳରେ ଲଗାନ୍ତୁ। ତାହାକୁ ଭଲ ଭାବେ ମସାଜ୍ କରି ୪୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖନ୍ତୁ। ପରେ ଚୁଟିକୁ ଭଲ ଭାବେ ସାମ୍ପୋ କରି ଧୋଇ ନିଅନ୍ତୁ। ଏଭଳି ସପ୍ତାହକୁ ହାରାହାରି ଭାବେ ଦୁଇ ଥର କରନ୍ତୁ। ଏହା ଦ୍ବାରା ଚୁଟି ବଢ଼ିବା ସହିତ ଚୁଟି ମଜବୁତ ହୋଇଥାଏ।

Sambad

ସେହିଭଳି ୩ ଚାମଚ୍‌ ନଡ଼ିଆ ତେଲ, ୨ ଚାମଚ୍‌ ଅଦା ରସ, ୧ ଚାମଚ୍‌ କ୍ୟାଷ୍ଟ ତେଲକୁ ଏକ ପାତ୍ରରେ ଭଲ ଭାବେ ମିଶାଇ ଏହି ପେଷ୍ଟ୍‌କୁ ଚୁଟିରେ ଲଗାନ୍ତୁ। ଯେଭଳି ତାହା ଚୁଟି ମୂଳକୁ ଯିବ। ଲଗାଇବା ପରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖି ଭଲ ଭାବେ ସାମ୍ପୋରେ ଧୋଇ ନିଅନ୍ତୁ। ଏହାକୁ ବି ସପ୍ତାହରେ ଦୁଇ ଥର କରିବା ଜରୁରୀ। ଅନ୍ୟ ଏକ ଉପଚାର ହେଉଛି, ଦୁଇ ବଡ଼ ଚାମଚ୍‌ ଅରୁଆ ଚାଉଳକୁ ପ୍ରଥମେ ପାଣିରେ ୨୪ ଘଣ୍ଟା ବତୁରାଇବେ। ପରେ ଏହି ଚାଉଳକୁ ପାଣିରୁ ଛାଣି ଭଲ ଭାବେ ଚାଉଳକୁ ବାଟି ଏଥିରେ ୩ ରୁ ୪ ବୁନ୍ଦା ଅଲିଭ ତେଲକୁ ଏକ ପାତ୍ରରେ ମିଶାଇବେ। ଏହି ପେଷ୍ଟକୁ ଚୁଟିରେ ଭଲ ଭାବେ ଲଗାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖିବେ। ପରେ ଚୁଟିକୁ ଭଲ ଭାବେ ସାମ୍ପୋ କରି ଧୋଇ ନେବେ। ଏହାକୁ ସପ୍ତାହରେ ଥରଟିଏ କରନ୍ତୁ। ଏହା ଦ୍ବାରା ଚୁଟି ବଢିବା ସହ ଚୁଟି ସାଇନ୍‌ କରେ ଓ ମଜବୁତ ମଧ୍ୟ ହୋଇଥାଏ।

-ଏ. ବିଜୟଲକ୍ଷ୍ମୀ, ବିଉଟିସିଆନ୍‌, ରିୟା ମେକ୍‌ଓଭର, ସିଡ଼ିଏ-୯

The post ବିୟୁଟି ଟିପ୍ସ: ଜାଣନ୍ତୁ କିଭଳି ନେବେ କେଶର ଯତ୍ନ, କ’ଣ କହନ୍ତି ବିଉଟିସିଆନ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3902h8T