ସହରର ତାପମାତ୍ରା ୪୧ ଡିଗ୍ରି ଛୁଇଁଲା; ତାତି ଓ ଗରମ ପବ‌ନରେ ଲୋକେ ଅସ୍ତବ୍ୟସ୍ତ; ଏଯାଏ ବସି ପାରିଲାନି ପାଣି ଟାଙ୍କି

କଟକ: କଟକ ସହ‌ରରେ ଆଜି ଦିନର ତାପମାତ୍ରା ୪୧ ଡିଗ୍ରି ଛୁଇଁଛି। ଚଳିତ ବର୍ଷ ପ୍ରଥମ କରି ସହରର ପାରଦ ୪୦ ଡିଗ୍ରି ଉପରକୁ ଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ଯୋଗୁଁ ଦୋକାନ ବଜାର ଓ ରାସ୍ତାଘାଟ ଜନଶୂନ୍ୟ ହୋଇ ଯାଇଥିଲା। ଖରାର ତାତି ସହିତ ଗରମ ପବନରେ ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡିଥିଲେ। ସେପଟେ ସହରରେ ପାରଦ ୪୧ ଡିଗ୍ରି ଛୁଇଁଥି‌ଲେ ବି ସିଏମସି ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ପିଇବା ପାଣିର ବ୍ୟବସ୍ଥା ହୋଇ ପାରିଲା ନାହିଁ। ଗତ ସପ୍ତାହରେ ତାତି ୩୭ରୁ ୩୮ ଡିଗ୍ରି ଥିବା ବେଳେ ଆଜି ଏହା ୪୧ ଡିଗ୍ରିରେ ପହଞ୍ଚି ଥିଲା। ଖରାର ତାତି ଓ ଗରମ ପବନ ଅସହ୍ୟ ହୋଇଥିବା ବେ‌େଳ ସହରର ଛକ ବଜାରରେ ପିଇବା ପାଣିର ବ୍ୟବସ୍ଥା ଆଜି ସୁଦ୍ଧା ହୋଇ ପାରିଲା ନାହଁି।

Sambad

ଚଳିତମାସ ୧ ତାରିଖରେ ଅ˚ଶୁଘାତ ମୁକାବିଳା ପା‌ଇଁ ସିଏମସି ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବୈଠକ କରାଯାଇଥିଲା। ଏଥିରେ ସିଏମସି ଅଞ୍ଚଳରେ ଶହେ ପାଣି ଟାଙ୍କି ବସାଇବାକୁ ସ୍ଥିର ହୋଇଥିଲା। ମାତ୍ର ମାର୍ଚ୍ଚ ଶେଷ ସୁଦ୍ଧା ସହରର କେଉଁଠାରେ ବି ପାଣି ଟାଙ୍କି ବସିଥିବାର ଦେଖିବାକୁ ମିଳିଲା ନାହିଁ। ସେପଟେ ସହରର ସମସ୍ତ ଥଣ୍ଡା ପିଇବା ପାଣି ପୋଷ୍ଟ ଗୁଡିକ ଦୀର୍ଘ ବର୍ଷ ଧରି ଖରାପ ହୋଇ ପଡି ଥିବା ବେଳେ ସାଧାରଣ ଲୋକେ ପିଇବା ପାଣି ଟୋପାଏ ପାଇଁ ‌ହନ୍ତସନ୍ତ ହେଉଛନ୍ତି। ସହରର ବିଭିନ୍ନ ସ୍ଥାନରେ ଆସନ୍ତା ୨ଦିନ ମଧ୍ୟରେ ଶହେରୁ ଅଧିକ ପାଣି ଟାଙ୍କି ବସାଇ ପାଣି ଯୋଗାଇ ଦିଆଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହି ଯନ୍ତ୍ରୀ ଇଂଜିନିୟର ସୁଶାନ୍ତ କୁମାର ଘଡ଼େଇ କହିଛନ୍ତି।

The post ସହରର ତାପମାତ୍ରା ୪୧ ଡିଗ୍ରି ଛୁଇଁଲା; ତାତି ଓ ଗରମ ପବ‌ନରେ ଲୋକେ ଅସ୍ତବ୍ୟସ୍ତ; ଏଯାଏ ବସି ପାରିଲାନି ପାଣି ଟାଙ୍କି first appeared on Sambad.

from ଜିଲ୍ଲା | Sambad https://ift.tt/2O8GDrL

Post a Comment

0 Comments