
ଫୁଲବାଣୀ : ଆରସିଏମ୍ ଓ ଟିଏ ବିଲ୍ କରାଇଦେବାକୁ ୭ହଜାର ଟଙ୍କା ଲାଞ୍ଚ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପବ୍ଲିକ୍ ହେଲ୍ଥ୍ ଅଫିସର୍ ଡାକ୍ତର ନିଶିଥ୍ ନିଶଙ୍କ ମାଲୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଗିରଫ କରିବା ସହିତ ତାଙ୍କ ଫିରିଙ୍ଗିଆସ୍ଥିତ କ୍ବାର୍ଟର୍ ଓ ସୁନ୍ଦରପଡ଼ାସ୍ଥିତ ପୈତୃକ ବାସଭବନରେ ଛାନଭିନ୍ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ୪୧,୯୦୦ ଟଙ୍କାର ଆର୍ସିଏମ୍ ଏବଂ ଟିଏ ବିଲ୍ କରାଇଦେବା ବାବଦରେ ଡାକ୍ତର ମାଲୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପୁରୁଷ ସ୍ବାସ୍ଥ୍ୟକର୍ମୀ ବେଣୁପାଣି ଦିଗାଲଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ କୌଣସି ବିଲ୍ କରିବେ ନାହିଁ ବୋଲି ଡାକ୍ତର ମାଲୁ ରୋକ୍ଠୋକ୍ ଭାବେ କହିଥିଲେ। ଫଳରେ ବେଣୁପାଣି ଏତେ ଟଙ୍କା ଦେଇପାରିବେନି ବୋଲି କହିବା ସହ ବ୍ରହ୍ମପୁର ଭିଜିଲାନ୍ସ୍ରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଆଜି ସକାଳ ୧୦ଟା ୪୫ରେ ଡାକ୍ତରଖାନା ପରିସରରୁ ବେଣୁପାଣିଙ୍କଠୁ ଲାଞ୍ଚ ଟଙ୍କା ନେଉଥିବାବେଳେ ଡାକ୍ତର ମାଲୁଙ୍କୁ ଭିଜିଲାନ୍ସ ଅଧିକାରୀ ମାନେ ଗିରଫ କରିଥିଲେ।
The post ଲାଞ୍ଚ ନେଇ ଡାକ୍ତର ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3sGqnNG
0 Comments