ଆତ୍ମସର୍ମପଣ କଲେ ତିନି କ୍ୟାଡର ମାଓବାଦୀ

ମାଲକାନଗିରି: ମାଲକାନଗିରି ପୁଲିସ ନିକଟରେ ଆତ୍ମସର୍ମପଣ କଲେ ତିନି କ୍ୟାଡର ମାଓବାଦୀ। ଏହି ତିନିଜଣ ହେଲେ ସମ୍ବୁ ଦୋଡି, ରାମା ଆପକା ଓ ରଘୁ ଖାରା। ସମ୍ବୁ ଦୋଡି ଓ ରାମା ଆପକାଙ୍କ ନାମରେ ୪ ଲକ୍ଷ ଟଙ୍କା ଓ  ରଘୁ ଖାରାଙ୍କ ନାମରେ ଓଡ଼ିଶା ସରକାର ୧ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

୨୦୦୯ରେ ନିଷିଦ୍ଧ ସଙ୍ଗଠନ ସିପିଆଇ ମାଓବାଦୀରେ ମେନୁ ଓରଫ ସମ୍ବୁ ଦୋଡି ଓ ରାମା ଆପକା ସ୍ବଦେଶ କମିଟି ସଦସ୍ୟ ଭାବେ ଜାଗୁରକୋଣ୍ଡା ଏରିଆ କମିଟିରେ ଯୋଗ ଦେଇଥିଲେ। ଏହାପରେ ୨୦୧୦ରେ ଦୁହେଁ ନାରାୟଣ ପାଟନା ଏରିଆ କମିଟିରେ ସାମିଲ୍ ହୋଇଥିଲେ । ସେ ସମ୍ପ୍ରତି ଅଲ୍ଓଡ଼ିଶା ବର୍ଡର ଜୋନାଲ୍ କମିଟିର ସାମରିକ ପ୍ଲାଟୁନର ଅଞ୍ଚଳ କମିଟି ସଦସ୍ୟ ଭାବେ କାମ କରୁଥିଲେ। ଓଡ଼ିଶା ସରକାର ସମ୍ବୁ ଦୋଡି ଓ ରାମା ଆପକାଙ୍କ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।

ସେହିପରି ନିଷିଦ୍ଧ ହୋଇଥିବା  ସିପିଆଇ ମାଓବାଦୀ ସଙ୍ଗଠନରେ ରଘୁ ଖାରା ଓରଫ ରଘୁ  ଗୁମ୍ମର ଏରିଆ କମିଟିରେ ସେପ୍ଟେମ୍ବର ୨୦୧୭ରେ ଯୋଗ ଦେଇଥିଲା। ରଘୁ ନାମରେ ବି ଓଡ଼ିଶା ସରକାର ୧ଲକ୍ଷ ଟଙ୍କା ଘୋଷଣା କରିଥିଲେ।

ତେବେ ରାଜ୍ୟ ସରକାର ସକ୍ରିୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତର  ଅଂଶ ହୋଇ ହିଂସା ପଥ ଛାଡିବାକୁ ନିବେଦନ କରିଥିଲେ। ଏହି ଆବେଦନ ଅନେକ ସକ୍ରିୟ ମାଓବାଦୀ କ୍ୟାଡରଙ୍କୁ ପ୍ରଭାବିତ କରିଛି | ବିଗତ ଦୁଇ ବର୍ଷରେ ୨୦ରୁ ଅଧିକ ସକ୍ରିୟ ମାଓବାଦୀ କ୍ୟାଡର ଏବଂ ଶହ ଶହ ସକ୍ରିୟ ମିଲିସିଆ/ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ତିନିଜଣ କ୍ୟାଡର ମଧ୍ୟ ଅନେକ  ଦିନ ଧରି ଆତ୍ମସମର୍ପଣ କରିବାକୁ ଇଚ୍ଛା କରିଥିଲେ ବୋଲି ଜଣାପଡ଼ିଛି।

The post ଆତ୍ମସର୍ମପଣ କଲେ ତିନି କ୍ୟାଡର ମାଓବାଦୀ first appeared on Sambad.

from ଜିଲ୍ଲା | Sambad https://ift.tt/3rAOZG3

Post a Comment

0 Comments