ବନ୍ଦ ଘରେ ନବଵିବାହିତାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗ୍ରାମ ବଜ଼ାରଦାଣ୍ଡର ଏକ ବନ୍ଦ ଘରେ ଜଣେ ନବବିବାହିତାଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ମୃତ ଯୁବତୀଙ୍କ ସ୍ବାମୀ ଓ ଶ୍ବଶୁର ଘର ଛାଡ଼ି ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ ମାଲୁ ବେହେରାଙ୍କ ପୁଅ ବିଭୂତି ଚାରି ମାସ ତଳେ ବିବାହ କରିଥିଲେl ଗତକାଲି ରାତିରେ ମାଲୁ ବେହେରା ଏବଂ ତାଙ୍କ ପୁଅ ବିଭୁତି ଘରୁ ପଳାଇବା ଦେଖି ଗ୍ରାମବାସୀ ସନ୍ଦେହ କରିଥିଲେ। ପରେ ଘର ଝରକା ବାଟେ ନବଵିବାହିତାଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ।


ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି  ନବବିବାହିତାଙ୍କ ଶବ ଉଦ୍ଧାର କରିଛି। ପୁଲିସ ଏହାପରେ ଘଟଣାର ତଦନ୍ତ ଆରମ୍ଭ କରିଥବା ବେଳେ ବାପ ପୁଅ ଫେରାର ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଏହି ମାଲୁ ବେହେରା ଓ ତାଙ୍କ ପୁଅ ବିଭୂତି ଏକ ହତ୍ୟା ଘଟଣାରେ ଜେଲ ଯାଇ ଫେରିଛନ୍ତିl

 

The post ବନ୍ଦ ଘରେ ନବଵିବାହିତାଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ first appeared on Sambad.



from ଜିଲ୍ଲା – Sambad https://ift.tt/2Ophad6

Post a Comment

0 Comments