ନୟାଗଡ଼ : ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତ ନାବାଳକର ଓକିଲ ଏ ନେଇ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଆବେଦନ କରିଥିଲେ। ହେଲେ ବିଭିନ୍ନ ଦିଗକୁ ତର୍ଜମା କରିବା ପରେ ଚିଲ୍‌ଡ୍ରେନ୍‌ସ କୋର୍ଟ ଜଜ୍‌ ଆବେଦନକୁ ଖାରଜ କରିଥିବା ସୂଚନା ମିଳିଛି। ଏ ନେଇ ହାଇକୋର୍ଟରେ ଆବେଦନ କରିବେ ବୋଲି ଅଭିଯୁକ୍ତର ଓକିଲ ଚନ୍ଦ୍ରବିଜୟୀ ମିଶ୍ର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ଚାର୍ଜସିଟ୍‌ ଦାଖଲ କରିସାରିଥିବା ବେଳେ, ଆସନ୍ତା ମାସରେ ଚାର୍ଜଫ୍ରେମ୍‌ ହେବାକୁ ଯାଉଥିବା ଜଣାଯାଇଛି।

The post ପରୀ ହତ୍ୟା ମାମଲା: ଅଭିଯୁକ୍ତର ଜାମିନ ଆବେଦନ ଖାରଜ first appeared on Sambad.

from ଜିଲ୍ଲା | Sambad https://ift.tt/3d6lIhu