
କଟକ : ରାଜ୍ୟରେ ନିଖୋଜ ଶିଶୁଙ୍କୁ ଉଦ୍ଧାର ଉଦ୍ଦେଶ୍ୟରେ ୩୬ ପୁଲିସ ଜିଲ୍ଲା ତରଫରୁ ୩୭ଟି ମାନବ ଚାଲାଣ ବିରୋଧୀ ସ୍ୱତନ୍ତ୍ର ୟୁନିଟ୍ ଖୋଲାଯାଇଛି। ରାଜ୍ୟରେ ଉକ୍ତ ୟୁନିଟର ସୁଦୃଢ଼ୀକରଣ ପାଇଁ ୩ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଶିଶୁଙ୍କ ଅଭିଯୋଗ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ୫୩୭ଟି ଥାନାରେ ଖୋଲାଯାଇଥିବା ମହିଳା ଓ ଶିଶୁ ଡେସ୍କ ମାଧ୍ୟମରେ ସେମାନଙ୍କ ଅଭିଯୋଗର ତ୍ବରିତ ସମାଧାନ କରାଯାଉଛି।
ସୂଚନା ଅନୁଯାୟୀ, ରାଜ୍ୟର ୫ ଶହ ପୁଲିସ ଷ୍ଟେସନ୍ରେ ମହିଳା ଓ ଶିଶୁ ଡେସ୍କର ସୁଦୃଢୀକରଣ ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୩ ଜାନୁଆରି ୩୧ ତାରିଖଠାରୁ ନିଖୋଜ ଶିଶୁଙ୍କ ସନ୍ଧାନ ପାଇଁ ୱେବ୍ପୋର୍ଟାଲ ‘ଟ୍ରାକ୍ ଚାଇଲ୍ଡ କାର୍ଯ୍ୟକାରୀ କରୁଛି। ଉକ୍ତ ପୋର୍ଟାଲ୍ରେ ନିଖୋଜ ଓ ଉଦ୍ଧାର ଶିଶୁଙ୍କ ଫଟୋ ସହିତ ତଥ୍ୟ ଜିଲ୍ଲା ଏସ୍ପି କାର୍ଯ୍ୟାଳୟ ଓ କଟକ/ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ଅପ୍ଲୋଡ୍ କରାଯାଉଛି । ନିଖୋଜ ଶିଶୁଙ୍କ ସଂକ୍ରାନ୍ତରେ ନିୟମିତ ପୁଲିସ ଡିିଜି ଓ କ୍ରାଇମବ୍ରାଞ୍ଚ ଏଡିଜି ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲା ପୁଲିସ ସହିତ ଆଲୋଚନା କରାଯାଉଛି। ରାଜ୍ୟରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ବାରମ୍ବାର ଆସୁଥିବାରୁ ନାବାଳିକା ଏବଂ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ‘ପରୀ ପାଇଁ କଥା ଟିଏ ଭଳି ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚାକିରି ଯୋଗାଇବା ନାଁରେ ବିଭିନ୍ନ ସଂସ୍ଥା ଯୁବତୀ ଚାଲାଣ କରୁଥିବା ଯେଉଁ ଅଭିଯୋଗ ଗ୍ରାମାଞ୍ଚଳରୁ ଆସୁଛି, ଯୁବତୀଙ୍କୁ ଚାକିରି ଯୋଗାଉଥିବା ସଂସ୍ଥା ଉପରେ ନଜର ରଖିବାକୁ ଜିଲ୍ଲା ଏସ୍ପିଙ୍କୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି।
The post ମାନବ ଚାଲଣ ନିୟନ୍ତ୍ରଣ ୟୁନିଟ୍ ପାଇଁ ୪ କୋଟି first appeared on Sambad.from ଜିଲ୍ଲା | Sambad https://ift.tt/39aTAs8
0 Comments