ଜୟପୁର: ନିଖୋଜ ହେବାର ୪୭ ଘଣ୍ଟା ପରେ ମିଳିଲା ମଇଁଷି ଚରାଳୀ ସମ୍ବାରୁ ଜାନିଙ୍କ ମୃତଦେହ | ଆଜି ପେରାହାଂଡିର ଜୟନ୍ତୀଗିରିରୁ ନିଖୋଜ ସମ୍ବାରୁଙ୍କ ମୃତଦେହକୁ ଓଡ୍ରାଫ ଟିମ ଠାବ କରିଛି | ସୂଚନା ମୁତାବକ ମାର୍ଚ୍ଚ ୨୯ ତାରିଖ ସକାଳ ୧୧ଟାବେଳେ ଜୟପୁର ବ୍ଲକ ଅର୍ନ୍ତଗତ ଦଣ୍ଡସେନାଗୁଡ଼ା ନିକଟ ଦେଇ ଯାଇଥିବା କୋଲାବ ମୁଖ୍ୟ କେନାଲରେ ଦଣ୍ଡସେନାଗୁଡ଼ାର ସମ୍ବାରୁ ଜାନି(୭୦) ମଇଁଷିକୁ ଗାଧୋଉଥିବାବେଳେ ଗୋଡ଼ ଖସି ନିଖୋଜ ହୋଇଯାଇଥିଲେ ।

ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଗୋଡ଼ ଖସିବା ମାତ୍ରକେ ସମ୍ବାରୁ ଭାସି ଯାଇଥିଲେ। ଅନ୍ୟ ଗାଇ ଚରାଉଥିବା ଲୋକେ ଦେଖି ଦଣ୍ଡସେନାଗୁଡ଼ା ଗାଁରେ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଜୟପୁର ଏହି ସୂଚନା ପାଇ ଘଟଣାସ୍ଥଳରେ ପହଂଚି ବୋଟ ଦ୍ବାରା ଏବଂ ବିଭାଗର ବୁଡାଳିମାନେ ଖୋଜିଥିଲେ ହେଁ ପାଇ ପାରି ନଥିଲେ ଏବଂ ଓଡ୍ରାଫ ଟିମକୁ ସୂଚନା ଦେଇଥିଲେ।

୨୯ ତାରିଖ ମଧ୍ୟାହ୍ନରେ କୋରାପୁଟ ଓଡ୍ରାଫ ଟିମ ବି ପହଂଚି ଖୋଜିଥିଲେ। ତେବେ ସମ୍ବାରୁ ଜାନିଙ୍କ ର କୌଣସି ଖୋଜଖବର ମିଳିନଥିଲା | ଆଉ ଆଜି ୪୭ ଘଣ୍ଟା ପରେ ତାଙ୍କ ମୃତଦେହ ଠାବ ହୋଇଛି |

The post ୪୭ ଘଣ୍ଟା ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ first appeared on Sambad.

from ଜିଲ୍ଲା | Sambad https://ift.tt/39uSN5I