
କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ପ୍ରଥମ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ଆଡ୍ମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଏପ୍ରିଲ୍ ୧ତାରିଖ ସକାଳ ୧୦ଟାରୁ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜିଷ୍ଟ୍ରେସନ ନମ୍ବର ଓ ଇମେଲ୍ ଆଇଡି ଲଗ୍ ଇନ୍ କରି ସେମାନଙ୍କର ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହି ପରୀକ୍ଷା ଏପ୍ରିଲ୍ ୯ତାରିଖରେ ରାଜ୍ୟର ୪୯୧ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଟିଇଟି ପେପର-୧ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ସାଢ଼େ ୧୦ଟାରେ ସରିବାକୁ ଥିବା ବେଳେ ପେପର-୨ ପରୀକ୍ଷା ଦିନ ୧୨ଟାରେ ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ୨ଟାରେ ସରିବ। ଓଟିଇଟି ପରୀକ୍ଷା ପାଇଁ ମୋଟ ୧ଲକ୍ଷ ୨୫ହଜାର ୮୮୦ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ପେପର-୧ରେ ୭୨ହଜାର ୪୭୭ଜଣ ଓ ପେପର-୨ରେ ୫୩ ହଜାର ୪୦୩ ଜଣ ପରୀକ୍ଷାର୍ଥୀ ରହିଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ତଥା ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
The post ୯ରେ ଓଟିଇଟି ପରୀକ୍ଷା, ବୋର୍ଡ ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3ucv3Lq
0 Comments