ବରୀ: ବରୀରେ ଶୀତଳ ଭଣ୍ଡାର ନ ଥିବାରୁ ମାର୍ଚ ମାସରେ ଅମଳ ହେଉଥିବା ଟମାଟୋ ଓ ବାଇଗଣର ମୂଲ୍ୟ ଦୁଇ ଟଙ୍କା ହେଉଥିବା ବେଳେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ ହେଉଛନ୍ତି l ଆଜି ଚାଷୀମାନେ ଏହି ରାଗରେ ଟମାଟୋ ଓ ବାଇଗଣ ବିଡିଓଙ୍କ ଚୌକି ଉପରକୁ ଫୋପାଡ଼ିବା ଦେଖିବାକୁ ମିଳିଛିl

ପ୍ରକାଶ ଥାଉକି ବରୀ ଦ୍ବୀପାଞ୍ଚଳ ଉନ୍ନୟନ ପରିଷଦ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦ୍ୱାରା ଜଣାଇବା ସହ ଯାଜପୁର ଜିଲ୍ଲାପାଳ, ବରୀର ବିଡ଼ିଓ, ତହସିଲଦାର, ଥାନା ଅଧିକାରୀ ଓ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ୍ୟ ସୂଚନା ଦେଇଥିଲେ।

ବରୀ ବ୍ଲକର ରତ୍ନଗିରି, ଗମୁଁ, ଅନ୍ୟାସପୁର କଳାମାଟିଆ, ସେରପୁର, ଗୋଳକୁଣ୍ଡ, ଈଶାନପୁର, ସ୍ବାଇଁଖଣ୍ଡ, ବାଇଁଶୀରିଆ, କିମ୍ଭିରିଆପାଳ, ରତଳାଙ୍ଗ, ବୋଦୁଅ ଆଦି ଗ୍ରାମପଞ୍ଚାୟତରେ ବହୁ ସଂଖ୍ୟାରେ ଚାଷୀ ଟମାଟୋ‌ ଓ ବାଇଗଣ ଚାଷ କରିଥିବା ବେଳେ ବଜାରରେ ଦଶ ଟଙ୍କାରେ ଚାରି କିଲୋ ବିକ୍ରି ହେଉଥିବାରୁ ଚାଷୀ ବିଲରୁ ଫସଲ ତୋଳୁ ନାହାନ୍ତି। କରୋନା ମହାମାରୀ ପାଇଁ ଦାଦନ ଶ୍ରମିକମାନେ ଘରକୁ ଫେରି ଚାଷ ପ୍ରତି ମନ ବଳାଇ ଥିବା ବେଳେ ବଜାରରେ ଦର କମିଯିବା ନେଇ ଚିନ୍ତାରେ ଅଛନ୍ତି ଚାଷୀ।

The post ବିଡିଓଙ୍କ ଚୌକି ଉପରକୁ ଟମାଟୋ, ବାଇଗଣ ଫୋପାଡ଼ିଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/2OCjlLe