
ପୁରୀ: ଗତ ବିଳମ୍ବିତ ରାତ୍ରୀରେ ଚନ୍ଦନପୁର ଥାନା ଅନ୍ତର୍ଗତ ମଧୁବନ ବାଲିଆ ଗାଁରେ ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ୪୫ ବର୍ଷିୟ ଦାମ ସ୍ୱାଇଁ। ଏବଂ ଏହି ସଂଘର୍ଷରେ ହତ୍ୟା ଅଭିଯୁକ୍ତ ଦୁଃଶାସନ ବାରିକି ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ କୌଣସି କଥାକୁ ନେଇ ଦାମ ସ୍ୱାଇଁ, ଦୁଃଶାସନ ଓ ଅନ୍ୟମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରାତି ପ୍ରାୟ ୨ଟା ବେଳେ ଦାମ ସ୍ୱାଇଁ ଦୁଃଶାସନଙ୍କୁ ପିଟିବା ଲାଗି ଯାଇଥିଲେ। କିନ୍ତୁ, ଦୁଃଶାସନ ଏବଂ ତାଙ୍କର ସାଥୀମାନେ ମିଳିତ ଭାବେ ପାଲଟା ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଦାମଙ୍କର ମୃତ୍ୟୁ ଘଟିଥିଲା।
ଏହି ସଙ୍ଘର୍ଷରେ ଦୁଃଶାସନ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେଠାରେ ପୁଲିସ ତାଙ୍କୁ ଜଗି ରହିଛି।
The post ପୁରୀରେ ସାମାନ୍ୟ କଥାରୁ ସଙ୍ଘବଦ୍ଧ ଆକ୍ରମଣ; ଜଣେ ମୃତ, ଅନ୍ୟ ଜଣେ ଆହତ first appeared on Sambad.
from ଜିଲ୍ଲା – Sambad https://ift.tt/30hhu0d
0 Comments