
ସମ୍ବଲପୁର: ଫେସ୍ବୁକ୍ରେ ଆରମ୍ଭ ହେଲା ପ୍ରେମ। ତାପରେ ଆରମ୍ଭ ହେଲା ହ୍ବାଟ୍ସଆପ୍ରେ ଚାଟିଂ। ଆଉ ସମ୍ପର୍କ ନିବିଡ଼ ହେବା ପରେ ଉଭୟଙ୍କ ମଧ୍ୟରେ ଚାଲିଲା ଭିଡିଓ କଲିଂ। ତେବେ ‘ଲଙ୍ଗ ଡ୍ରାଇଭ୍’ରେ ଯିବାକୁ ପ୍ରେମିକା ରାଜି ନହେବାରୁ ପ୍ରେମିକ ବ୍ଲାକ୍ ମେଲିଂ କରିବା ଆରମ୍ଭ କରିଦେଇଛି। ପ୍ରେମିକାର ନଗ୍ନ ଫଟୋକୁ ତାଙ୍କ ମାମୁଙ୍କ ହ୍ବାଟ୍ସଆପ୍କୁ ପଠାଇ ଦେଇଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ମାନସ ରଂଜନ ଦାସକୁ କେନ୍ଦ୍ରପଡ଼ାରୁ ଗିରଫ କରିଛି।
ସୂଚନା ଅନୁଯାୟୀ, ୨ ବର୍ଷ ତଳେ ଫେସ୍ବୁକ୍ ମାଧ୍ୟମରେ ସଦର ଅଞ୍ଚଳର ଜଣେ ଯୁବତୀଙ୍କ ସହ କେନ୍ଦ୍ରପଡ଼ା ବାରିମୂଳର ମାନସ ରଞ୍ଜନ ଦାସ(୨୩)ଙ୍କ ପରିଚୟ ହୋଇଥିଲା। ସମ୍ପର୍କ ବଢ଼ିବା ପରେ ଉଭୟଙ୍କ ମଧ୍ୟରେ ମୋବାଇଲ ଫୋନ୍ ନମ୍ବର ଦିଆନିଆ ହୋଇଥିଲା। ହ୍ବାଟ୍ସଆପ୍ରେ ଚାଟିଂ ପରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ପ୍ରେମିକାଙ୍କ ସହ ବାରମ୍ବାର ଭିଡିଓ କଲିଂରେ କଥା ହେବା ସହ ମାନସ ତାଙ୍କୁ ଅଙ୍ଗ ପ୍ରଦର୍ଶନ କରିବାକୁ କହୁଥିଲେ। ଭରସା ଓ ବିଶ୍ବାସ ରଖି ଯୁବତୀ ଜଣକ ମଧ୍ୟ ମାନସଙ୍କ ମନ ବୁଝାଇ ଥିଲେ। ହେଲେ, ସେ ଜାଣି ନଥିଲେ ଯେ, ମାନସ ଏହାର ସ୍କ୍ରିନ୍ ସଟ୍ ନେଇଥିବ। ଗତ କିଛି ଦିନ ତଳେ ମାନସ ବାହାରକୁ ‘ ଲଙ୍ଗ୍ ଡ୍ରାଇଭ୍’ରେ ଯିବା ପାଇଁ ତାଙ୍କ ଉପରେ ଚାପ ପକାଇଥିଲା। ପ୍ରେମିକା ଏଥିରେ ରାଜି ନହେବାରୁ ପ୍ରେମିକ ପ୍ରବର ମାନସ ରାଗିଯାଇ ସ୍କ୍ରିନ୍ସଟ୍ ମାରିଥିବା ଯୁବତୀଙ୍କ ନଗ୍ନ ଫଟୋକୁ ଗତ ୨୧ ତାରିଖ ଦିନ ଯୁବତୀଙ୍କ ମାମୁଙ୍କୁ ହ୍ବାଟ୍ସଆପ୍କୁ ପଠାଇ ଦେଇଥିଲା। ବ୍ଲକ୍ ମେଲ୍ କରୁଥିବା ଜାଣିବା ପରେ ଗତ ୨୭ ତାରିଖ ଦିନ ଯୁବତୀ ଜଣକ ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଗତ ୨୮ ତାରିଖ ଦିନ ସଦର ଥାନାର ଏକ ଟିମ୍ କେନ୍ଦ୍ରାପଡ଼ା ଯାଇଥିଲା। କେନ୍ଦ୍ରାପଡ଼ା ପୁଲିସ ସହାୟତାରେ ମଙ୍ଗଳବାର ମାନସକୁ ଗିରଫ କରି ସମ୍ବଲପୁର ଆଣିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
The post ଭାଣିଜୀର ନଗ୍ନ ଫଟୋ ମାମୁକୁ ପଠାଇ ଯୁବକ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/382c3GS
0 Comments