କଟକ: ରାଜ୍ୟରେ ବଢ଼ି ଚାଲିଛି କୋଭିଡ୍‌ ମିଟର। ଏଭଳିସ୍ଥିତିରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ପଜିଟିଭ୍‌ ଚିହ୍ନଟ ହେଉଥିବା ସଂକ୍ରମିତ ଘରେ ବା ହୋମ ଆଇସୋଲେସନ୍‌ରେ ରହିବା ପାଇଁ ଅଧିକ ପସନ୍ଦ କରୁଥିବା ଏକ ପରିସଂଖ୍ୟାନ କହୁଛି। ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏବେ ୱାର୍ଡ ଫାଙ୍କା ଅର୍ଥାତ୍‌ କୌଣସି କରୋନା ସଂକ୍ରମିତ ସେଠାରେ ଚିକିତ୍ସିତ ହେଉ ନାହାନ୍ତି।

କିନ୍ତୁ ଆଇସିୟୁରେ ୧୪ଗୁରୁତର କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅର୍ଥାତ୍‌ କରୋନା ସଂକ୍ରମିତ ହେଉଥିବା ରୋଗୀ ହୋମ ଆଇସୋଲେସନ୍‌ରେ ରହୁଥିବାବେଳେ ଗୁରୁତର ହେଲେ ଏସ୍‌ସିବି ବା ବିଭିନ୍ନ କରୋନା ଚିକିତ୍ସା ବ୍ୟବସ୍ଥା ଥିବା ହସ୍ପିଟାଲକୁ ଯାଉଥିବା ଜଣାପଡିଛି। କଟକରେ ଦୁଇ ଦୁଇଟି ଘରୋଇ ଅନୁଷ୍ଠାନରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହୋମ ଆଇସୋଲେସନ୍‌ରେ ରହିଥିବା ଜଣାପଡିଛି।

The post ଏସ୍‌ସିବି କୋଭିଡ୍‌ ୱାର୍ଡ ଖାଲି, ଆଇସିୟୁରେ ୧୪; ହୋମ୍‌ ଆଇସୋଲେସନ୍‌ରେ ରହୁଛନ୍ତି ସଂକ୍ରମିତ first appeared on Sambad.

from ଜିଲ୍ଲା | Sambad https://ift.tt/3vMao2n